ଜାତୀୟସ୍ୱାସ୍ଥ୍ୟ

ତିନି ରାଷ୍ଟ୍ର ନଯିବାକୁ ପରାମର୍ଶ

ଭୁବନେଶ୍ୱର,ଭାରତ ସରକାର ତିନିଟି ଆଫ୍ରିକୀୟ ରାଷ୍ଟ୍ରକୁ ନଯିବା ଲାଗି ଦେଶବାସୀଙ୍କୁ, ପରାମର୍ଶ ଦେଇଛନ୍ତି। ଏହି ତିନି ଆଫ୍ରିକୀୟ ରାଷ୍ଟ୍ରଗୁଡିକ, ହେଲା କଙ୍ଗୋ, ଉଗାଣ୍ଡା ଓ ଦକ୍ଷିଣ ସୁଦାନ। ସେହିପରି ଯେଉଁ ଯାତ୍ରୀଙ୍କ ଠାରେ ଭୂତାଣୁ ସଂକ୍ରମଣର ସୂଚନା ମିଳିବ, ସେମାନଙ୍କୁ ବିମାନବନ୍ଦର ସ୍ବାସ୍ଥ୍ୟ, କର୍ତ୍ତୃପକ୍ଷଙ୍କ ନିକଟରେ ରିପୋର୍ଟ କରିବାକୁ, କୁହାଯାଇଥିଲା। ଇବୋଲା ଭୂତାଣୁ ସଂକ୍ରମଣକୁ ନେଇ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜନସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି, ଘୋଷଣା କରିଛି। ଏହି ଭୂତାଣୁ ସଂକ୍ରମଣ ଦ୍ରୁତ ବେଗରେ, ବ୍ୟାପୁଥିବାରୁ, ଏହାକୁ ରୋକିବା, ପାଇଁ, ସାରା ବିଶ୍ୱକୁ, ଏକାଠି ହୋଇ କାମ କରିବାକୁ ପଡ଼ିବ। ଅତି ଜରୁରୀ ଆବଶ୍ୟକତା ନଥିଲେ, ଏହିସବୁ ଦେଶକୁ ନଯିବାକୁ, ପରାମର୍ଶ ଦିଆଯାଇଛି। ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ, ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହିସବୁ ଦେଶରେ, ବସବାସ କରୁଥିବା ଭାରତୀୟ କିମ୍ବା ଏଠାକୁ ଯିବାକୁ, ଚାହୁଁଥିବା ଭାରତୀୟଙ୍କୁ, ସାଧାରଣ ସ୍ବାସ୍ଥ୍ୟ ମାର୍ଗଦର୍ଶିକା,ଅନୁସରଣ କରିବାକୁ କୁହାଯାଇଛି। ଏହା ପୂର୍ବରୁ ମେ ୨୧ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି, ନିର୍ଦେଶନାମାରେ, ଇବୋଲା ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ, ସ୍ବାସ୍ଥ୍ୟ ପରୀକ୍ଷା, ବିମାନବନ୍ଦରରେ, କରାଯିବାକୁ କୁହାଯାଇଥିଲା।

Related Articles

Back to top button