
ଭୁବନେଶ୍ୱର,ସରକାରୀ ଟେଲିକମ୍ କମ୍ପାନୀ ୧ ଟଙ୍କିଆ ‘ଫ୍ରିଡମ୍ ପ୍ଲାନ୍’ ପ୍ରଥମେ ଗତ ବର୍ଷ ଅଗଷ୍ଟରେ, ଏହି ପ୍ଲାନ୍ ଲଞ୍ଚ କରିଥିଲା। ଏହି ପ୍ଲାନର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି BSNL ନେଟୱାର୍କରେ ସର୍ବାଧିକ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ଏବଂ ସାମିଲ କରିବା। କମ୍ପାନୀ କିଛି ପରିମାଣରେ ଏହି ପ୍ରୟାସରେ, ସଫଳ ମଧ୍ୟ ହୋଇଛି।ବ୍ୟବହାରକାରୀମାନେ ମାଗଣା ଜାତୀୟ ରୋମିଂ ସହିତ ସାରା ଭାରତରେ ଅସୀମିତ କଲିଂର ସୁବିଧା ଉପଭୋଗ କରନ୍ତି।ଭାରତ ସଂଚାର ନିଗମ ଲିମିଟେଡ୍ ଏହାର ଅଫିସିଆଲ୍ X ହ୍ୟାଣ୍ଡେଲ୍ ମାଧ୍ୟମରେ ଏହି ୧ ଟଙ୍କିଆ ପ୍ଲାନର ବିବରଣୀ ସେୟାର କରିଛି। ଏହା ସହିତ, କମ୍ପାନୀ ଏହି ଅଫରର ସମାପ୍ତି ତାରିଖ ମଧ୍ୟ ଘୋଷଣା କରିଛି। ଏହି ପ୍ଲାନରେ ଅନ୍ତର୍ଭୁକ୍ତ ସୁବିଧା ବିଷୟରେ କହିବାକୁ ଗଲେ, ବ୍ୟବହାରକାରୀମାନେ କେବଳ ୧ ଟଙ୍କାରେ ୩୦ ଦିନର ବୈଧତା ଅବଧି ପାଆନ୍ତି। ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଏହି ୧ ଟଙ୍କିଆ ପ୍ଲାନରେ ଦୈନିକ ୨GB ଡାଟା ଏବଂ ୧୦୦ଟି ମାଗଣା SMS ମେସେଜ୍ ମିଳିବ। ଭାରତ ସଂଚାର ନିଗମ ଲିମିଟେଡର ଏହି ପ୍ରିପେଡ୍ ପ୍ଲାନଟି, ନୂତନ ଉପଭୋକ୍ତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି।




