
ଭୁବନେଶ୍ୱର ,ହସ୍ପିଟାଲ, ପଞ୍ଜିକୃତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ, ଅଗ୍ନିଶମ ସେବା, ଆମ୍ବୁଲାନ୍ସ, ଶିକ୍ଷାନୁଷ୍ଠାନ ଛାତ୍ରାବାସ ପରି ସଂସ୍ଥାକୁ ଇନ୍ଧନ ଦେବା ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ,ଏହି ତୈଳ ଯୋଗାଣକାରୀ ସଂସ୍ଥା, ଉପରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିର୍ଦେଶର ଅବମାନନା କଲେ, ଏକବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଜୋରିମାନା ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ।ଉପଯୁକ୍ତ ସମୟରେ ପେଟ୍ରୋଲ କିମ୍ବା ଡିଜେଲ ଅଭାବରୁ, ଚିକିତ୍ସା ସେବା ଏବଂ ରୋଗୀସେବାରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ ଏବଂ ମାନବ ଜୀବନ ହାନି ମଧ୍ୟ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଖୋରଧା ଜିଲାପାଳ, ତଥା ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଅମ୍ରିତ ଋତୁରାଜ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୩୪(ଇ) ଅନୁଯାୟୀ ଜିଲାର, ସମସ୍ତ ତୈଳ ବିପଣନ କମ୍ପାନୀ, ଖୁଚୁରା ବିକ୍ରେତା ଏବଂ ଡିଲରମାନଙ୍କୁ ଅତ୍ୟାବଶ୍ୟକ ସେବା, ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଇନ୍ଧନ ଯୋଗାଣ କରିବାକୁ ନିର୍ଦେଶ ଜାରି କରିଛନ୍ତି।



