
ଭୁବନେଶ୍ୱର ,ଭେଣ୍ଡି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି, ସର୍ବୋତ୍ତମ। ଅଧ୍ୟୟନରୁ ଜଣାପଡ଼ିଛି।ଭେଣ୍ଡିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଏ, କେ, ସି ଏବଂ ବି ୬ ରହିଛି। ଏଥିରେ ରହିଛି ଭିଟାମିନ-ସି, ଭରପୁର ରହିଛି । ପ୍ରୋଟିନ୍ ଏବଂ ଫାଇବର ରହିଛି। ଭେଣ୍ଡି ଆଣ୍ଟିଅକ୍ସିଡାଣ୍ଟରେ ଭରପୁର।ହୃଦୟକୁ ମଧ୍ୟ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ।ଏହାସହ କର୍କଟ ଓ ସମସ୍ତ ପ୍ରକାର ସଂକ୍ରମଣରୁ, ମଧ୍ୟ ରକ୍ଷା କରିଥାଏ।ଭେଣ୍ଡିରେ ଫାଇବର୍ ପ୍ରଚୁର ପରିମାଣରେ, ଥିବାରୁ ତାହା ରକ୍ତରେ, ଶର୍କରାକୁ ନିୟନ୍ତ୍ରଣ କରେ। ଏହା ସହ ଭେଣ୍ଡି ଖାଇଲେ ପାଚନ କ୍ରିୟା ଉତ୍ତମ ହେବା ସହ, ଅମ୍ଳ ହେବାର ଆଶଙ୍କା ଖୁବ୍ କମ୍।ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଥିବା ଭେଣ୍ଡି ଶରୀରକୁ, ଶକ୍ତି ଯୋଗାଇବା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ାଏ। ଦୈନିକ ଆହାରରେ ଏହାକୁ ସାମିଲ କଲେ କର୍କଟ ଆକ୍ରାନ୍ତ କରିବାର ଭୟ କମ୍ ରହିଛି।ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ଭରପୁର ଭେଣ୍ଡିରେ ଭିଟାମିନ୍ ସି ଆବଶ୍ୟକ, ପରିମାଣରେ ଅଛି।



