ଅପରାଧସ୍ୱାସ୍ଥ୍ୟ

ଦୀର୍ଘ ବର୍ଷ ଧରି ଗରିବ ରୋଗୀଙ୍କ ଆହାର ଚୋରି ହେଉଛିl

ଭୁବନେଶ୍ୱର ,ସରକାରୀ ଡାକ୍ତରଖାନା  ଟିଟିଲାଗଡ଼ରେ ଦୀର୍ଘ ବର୍ଷ ଧରି ହଜାର ହଜାର ଗରିବ ରୋଗୀଙ୍କ ଆହାର ଚୋରି ହେଉଛିl ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ସାଧାରଣ ଜନତାଙ୍କୁ ତୈଳ ସଙ୍କଟ ସମୟରେ ଯାନବାହାନ ଉପରେ କମ ନିର୍ଭର ବାର୍ତ୍ତା ପାଇଁ ଘରୁ ଚାଲି ଚାଲି ଏକା ବାହାରିଥିବା ବେଳେ ଅଚାନକ ଡାକ୍ତରଖାନାରେ ପ୍ରବେଶ ବେଳେ, ଏଭଳି ଅଭିଯୋଗ ନେଇ ତାଜୁବ ହୋଇପଡ଼ିଥିଲେl ସାଧାରଣ ଲୋକଙ୍କ ବୁଝିବା ବାହାରେ କାନ୍ଥ କୋଣରେ ଇଂରାଜୀ ଭାଷାରେ ଲେଖାଯାଇଥିବା ଖାଦ୍ୟ ମେନୁ ତାଲିକା ଅନୁଯାୟୀ ବଦଳରେ ଯାହା ତାହା ତଥା ନିମ୍ନମାନର ଖାଦ୍ୟ ପରଷାଯାଉଥିବା ଡାକ୍ତରଖାନାର ରୋଗୀ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେl ଜଣେ ରୋଗୀଙ୍କ ପରିଜନ ଅଭିଯୋଗ କରିଥିଲେ, ଯେ ଜଣେ ଜଣେ ରୋଗୀଙ୍କୁ ଧାର୍ଯ୍ୟ ତିନି ଓଳି ଖାଦ୍ୟ ତ ଦୂରର କଥା ଗୋଟିଏ ଓଳି ଖାଦ୍ୟ ମଧ୍ୟ ମିଳେ ନାହିଁ l କେହି ଯଦି ଏଭଳି ଅବ୍ୟବସ୍ଥା ନେଇ, କିଛି କହିବ ତେବେ ବଲାଙ୍ଗୀର ଡାକ୍ତରଖାନାକୁ ରେଫର କରି ଦିଆଯାଇଥାଏ, ବୋଲି ସେ କହିଥିଲେl ଏନେଇ ସ୍ୱାସ୍ଥ୍ୟ ଅଧିକାରୀ ଡା. ନାୟକ ରୋଗୀଙ୍କୁ ଖାଦ୍ୟ ପରଷିବା ଦାୟିତ୍ୱରେ ୭ ବର୍ଷ ହେଲା ଜଣେ ଠିକାଦାର ରହି ମନମାନି କରୁଛି l ତାକୁ ବିଦା କରିଵା ପାଇଁ ଯେତେ ଲେଖିଲେ, ମଧ୍ୟ ଉପର ଅଧିକାରୀ ଶୁଣୁନାହାନ୍ତି ବୋଲି ଉପଜିଲ୍ଲାପାଳଙ୍କୁ ସଫେଇ ଦେଇଥିଲେl ସେହିପରି, ରୋଗୀଙ୍କ ବେଡ଼ରେ ବେଡ଼ସିଟ ପକାଇବାକୁ ଠିକା ନେଇଥିବା ସଂସ୍ଥା ନିଜ ଦାୟିତ୍ୱ ଠିକ ଭାବରେ ନିର୍ବାହ କରୁନଥିବା ଉପଜିଲ୍ଲାପାଳଙ୍କ ଦୃଷ୍ଟିରେ ଆସିଥିଲାl ବିଶେଷ କରି ଗରିବ ସାଧାରଣ ପରିବାର ସରକାରୀ ଡାକ୍ତର, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି, ନିଜ ପ୍ରତିକ୍ରିୟାରେ କହିଛନ୍ତିl

Related Articles

Back to top button