
ଭୁବନେଶ୍ୱର ,ଅନୁଗୁଳ ଜିଲ୍ଲା କଣିହାଁ ଥାନା ଛେଳିଆ ଅଞ୍ଚଳରେ, ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି, ପୋଲିସ।
ଛେଳିଆ ଖେଳ ପଡ଼ିଆ ନିକଟରେ, ଏକ ଦାମୀ କାର୍ ଭିତରେ ଡ୍ରଗ୍ସ କାରବାର ହେଉଥିବା ନେଇ, ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ।
ତଦନ୍ତ ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା, ଜଣାପଡ଼ିଛି।
ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ତଦନ୍ତ, ଜାରି ରହିଛି।
ସେମାନଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନ୍ ସୁଗାର, ଜବତ ହୋଇଥିବା ବେଳେ ଗୋଟିଏ ମାଦୀ କାର୍ ଓ ଗୋଟିଏ ବାଇକ୍ ଜବତ କରିଛି, ପୋଲିସ।
ଅନୁଗୁଳ ସ୍ପେସାଲ୍ ସ୍କ୍ୱାଡ୍ ଓ କଣିହାଁ ପୋଲିସ ମିଳିତ ଭାବେ, ଚଢ଼ାଉ କରି ୩ ଜଣଙ୍କୁ କାବୁ କରିଥିଲେ।




