କ୍ରୀଡ଼ାସ୍ୱାସ୍ଥ୍ୟ

 ରୋହିତ ପହଞ୍ଚିଲେ ହସ୍ପିଟାଲରେ

 ଭୁବନେଶ୍ୱର ,ଅକ୍ଟୋବରରେ ଅଧିନାୟକ ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ସହିତ ODI ସିରିଜରେ ପଡିଆକୁ ଫେରିବାର ଦେଖିବାକୁ ମିଳିବ। ଏହାରି ମଧ୍ୟରେ ବର୍ତ୍ତମାନ ରୋହିତ ଶର୍ମାଙ୍କ ଏକ ଭିଡିଓ ପ୍ରଶଂସକମାନଙ୍କୁ ଚିନ୍ତାରେ ପକାଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ରୋହିତ ହଠାତ୍ ବିଳମ୍ବିତ ରାତିରେ ହସ୍ପିଟାଲରେ ପହଞ୍ଚିଛନ୍ତି।

ଟି-୨୦ ଫର୍ମାଟରୁ ଅବସର ନେବା ପରେ, ରୋହିତ ଶର୍ମା ଏବେ ନିଜକୁ ODI ପାଇଁ ପ୍ରସ୍ତୁତ କରୁଛନ୍ତି। ନିକଟରେ ରୋହିତ BCCIର Bronco ଏବଂ ୟୋ-ୟୋ ପରୀକ୍ଷା ମଧ୍ୟ ପାସ୍ କରିଛନ୍ତି।

ODI ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବିଳମ୍ବିତ ରାତିରେ ହଠାତ୍ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ପହଞ୍ଚିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।

ରୋହିତ କାହିଁକି ହସ୍ପିଟାଲରେ ପହଞ୍ଚିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।ରୋହିତଙ୍କୁ ହସ୍ପିଟାଲରେ ପହଞ୍ଚିବା ଦେଖି ପ୍ରଶଂସକମାନେ ଟିକେ ଚିନ୍ତିତ ଦେଖାଯାଉଥିଲେ।

Related Articles

Back to top button