ଗ୍ୟାସ୍ କନେକ୍ସନ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର ।

ଭୁବନେଶ୍ୱର,ଇରାନ-ଆମେରିକା ବିବାଦ ଓ ହର୍ମୁଜ୍ ପ୍ରଣାଳୀ ବାଧାପ୍ରାପ୍ତ ହେବା ପରେ, ଦେଶରେ ସୃଷ୍ଟି ହୋଇଥିବା ଏଲ୍ପିଜି ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର, ଗ୍ୟାସ୍ କନେକ୍ସନ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବେ ‘ନୋ ଡ୍ୟୁଆଲ୍ ଗ୍ୟାସ୍ କନେକ୍ସନ’ ନିୟମକୁ କଡ଼ାକଡ଼ି କରାଯାଇଛି।ଜଣେ ଗ୍ରାହକଙ୍କ ରୋଷେଇ ଘରେ ଏବେ କେବଳ ଗୋଟିଏ ପ୍ରକାରର, କନେକ୍ସନ ରହିପାରିବ । LPG ସିଲିଣ୍ଡର କିମ୍ବା ପାଇପ୍, ପ୍ରାକୃତିକ ଗ୍ୟାସ୍ । ଗୋଟିଏ ନିର୍ଦ୍ଦିଷ୍ଟ ଠିକଣାରେ, ଦୁଇଟି ଯାକ କନେକ୍ସନ ରଖିବା ସମ୍ପୂର୍ଣ୍ଣ ବେଆଇନ। ଦେଶର ବଡ଼ ବଡ଼ ସହର ଏବଂ ସୋସାଇଟିଗୁଡ଼ିକରେ ପିଏନଜି ସେବା, ଉପଲବ୍ଧ ହେବା ପରେ, ଲକ୍ଷ ଲକ୍ଷ ଲୋକ ଏହାକୁ ଆପଣେଇଛନ୍ତି, କିନ୍ତୁ ବ୍ୟାକ୍ଅପ୍ ଭାବେ ସେମାନେ ଏଲ୍ପିଜି ସିଲିଣ୍ଡର ମଧ୍ୟ ରଖିଛନ୍ତି। ଏହାଦ୍ୱାରା ଗ୍ୟାସ୍ ଅପଚୟ ହେବା ସହ କଳାବଜାରୀ ବଢ଼ୁଥିବାରୁ, ସରକାର ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।ଯଦି ଆପଣଙ୍କ ପାଖରେ ଉଭୟ କନେକ୍ସନ ଅଛି, ତେବେ ଆସନ୍ତା ଜୁନ୍ ୩୦ ମଧ୍ୟରେ, ଯେକୌଣସି ଗୋଟିଏ କନେକ୍ସନକୁ ସରେଣ୍ଡର କରିବାକୁ, ପଡ଼ିବ।ଯଦି ଗ୍ରାହକ ନିଜ ଆଡ଼ୁ ଏହା ନକରନ୍ତି, ତେବେ ଜୁଲାଇ ୧ ତାରିଖରୁ ସେମାନଙ୍କର ଗୋଟିଏ କନେକ୍ସନ ସ୍ୱୟଂଚାଳିତ ଭାବେ ସସପେଣ୍ଡ ବା ବ୍ଲକ୍ ହୋଇଯିବ। ବେଆଇନ ଭାବେ, ଦୁଇଟିଯାକ ସେବା ବ୍ୟବହାର, କରୁଥିଲେ ଆଗାମୀ ଦିନରେ ଆଇନଗତ କାର୍ଯ୍ୟାନୁଷ୍ଠାନର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ।




