
ଭୁବନେଶ୍ୱର , ଦେଶର ଶକ୍ତି ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ଏହି ତେଲ ଭଣ୍ଡାର ନିର୍ମାଣ ହେବ। ଚଣ୍ଡିଖୋଲରେ ନିର୍ମାଣ ହେବ ଦେଶର ବିଶାଳ ‘ତେଲ ଭଣ୍ଡାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଗସ୍ତ ସମୟରେ, ଏଥିପାଇଁ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି।୨୦୧୮ରେ କେନ୍ଦ୍ର କ୍ୟାବିନେଟ ଏହି ପ୍ରକଳ୍ପରେ ମୋହର ମାରିଥିଲା। ତେବେ କମି ଅଧିଗ୍ରହଣ କାରଣରୁ, ଏହା ବିଳମ୍ବ ହୋଇଥିଲା। ଏଇ ପ୍ରକଳ୍ପ ହେଲେ ଯୁଦ୍ଧ କିମ୍ବା ଅନ୍ୟ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଏହା ଦେଶର ତେଲ ଚାହିଦା ପୂରଣ କରିପାରିବ।ଏଠାରେ ପ୍ରାୟ ୪୦ ଲକ୍ଷ ମେଟ୍ରିକ ଟନ୍ ଅଶୋଧିତ ତେଲ, ସଂରକ୍ଷଣ କରାଯାଇପାରିବ। ପ୍ରାୟ ୮,୭୪୩ କୋଟି ଟଙ୍କା ବ୍ୟୟରେ, ନିର୍ମଣ କରାଯିବ ଏହି ପ୍ରକଳ୍ପ। ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ ଏବଂ ଆବୁଧାବି ନ୍ୟାସନାଲ୍ ଅଏଲ୍ କମ୍ପାନୀ, ମଧ୍ୟରେ ଏହି ବୁଖାମଣା ପତ୍ର, ସ୍ବାକ୍ଷରିତ ହୋଇଛି। ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନହୟାନଙ୍କ ସହ ଏହି ବୁଝାମଣା ସ୍ବାକ୍ଷରିତ ହୋଇଛି।




