
ଭୁବନେଶ୍ୱର,କେରଳ କଂଗ୍ରେସ ରାଜନୀତିରେ ଭିଡି ସତୀଶନ ଦୀର୍ଘଦିନ ଧରି, ଜଣେ ସକ୍ରିୟ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ବିବେଚିତ ହୋଇଆସୁଛନ୍ତି। କିଛି ଦିନ ପୂର୍ବରୁ ସେ କେରଳ ବିଧାନସଭାରେ ବିରୋଧୀ ଦଳର ସ୍ୱର ଥିଲେ, ଏବଂ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ। ସଂଗଠନ ମଧ୍ୟରେ ତାଙ୍କର ମଧ୍ୟ ଏକ ଦୃଢ଼ ଦଖଲ ରହିଛି। ତେଣୁ, ଦଳୀୟ ନେତୃତ୍ୱ ଏବେ ତାଙ୍କୁ କେରଳର ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ, ନିଷ୍ପତ୍ତି ନେଇଛନ୍ତି। କେରଳ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଦଶ ଦିନ ପରେ, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ, ନେଇ ସସପେନ୍ସ ଆଜି ଶେଷ ହୋଇଛି। ଭିଡି ସତୀଶନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ହେବେ।ଭିଡି ସତୀଶନ କେରଳରୁ, ଛଅ ଥର ବିଧାୟକ ରହିସାରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଯୋଗିତାରେ ଭିଡି ସତୀଶନ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ, କେସି ଭେନୁଗୋପାଳଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଜଣେ ଓକିଲ ଏବଂ ସାମାଜିକ କର୍ମୀ ହେବା ପରେ, ସତୀଶନ କେରଳ ଛାତ୍ର ସଂଘ ମାଧ୍ୟମରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ କଂଗ୍ରେସ ଦଳ ମଧ୍ୟରେ ନିଜର ସ୍ଥିତିକୁ ମଜବୁତ କରିଥିଲେ।




