
ଭୁବନେଶ୍ୱର,ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଞ୍ଚାୟତ ପ୍ରତିନିଧି ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଛି। ପଞ୍ଚାୟତରେ ସେମାନଙ୍କୁ ଉପେକ୍ଷା ,କରାଯାଇଥିବା ଅଭିଯୋଗ ହୋଇଛି।
୨୦୨୫-୨୬ ଆର୍ଥିକ ବର୍ଷରେ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ତାଲିକା ଚୟନରେ, ଅନିୟମିତତା ଓ ପଞ୍ଚାୟତ ସମିତି ବୈଠକରେ ଅନିୟମିତତାର ପ୍ରତିବାଦ କରି ସଂଘ ବ୍ଲକ ପରିସରରେ ଅନଶନରେ ବସିଛି ।
ପଞ୍ଚାୟତରାଜ ବ୍ୟବସ୍ଥାରେ ନିର୍ବାଚିତ ସରପଞ୍ଚ ମାନେ ପଞ୍ଚୟତରେ ମୁଖ୍ୟ। ଆପତ୍ତି ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି।
ତେଣୁ ଯଦି ପଞ୍ଚାୟତ ପ୍ରତିନିଧି ମାନଙ୍କ ଦାବିକୁ ବିଚାର କରାନଯାଏ, ଏହି ଅନଶନ ଜାରି ରହିବ ବୋଲି ଚେତାବନୀ ମିଳିଛି।
ମାତ୍ର ନିର୍ବାଚିତ ପ୍ରତିନିଧି ମାନଙ୍କୁ ବାରମ୍ବାର ଉପେକ୍ଷା କରାଯାଉଥିବା ,ସଙ୍ଘ ଅଭିଯୋଗ କରିଛି।




