
ଭୁବନେଶ୍ୱର, ବଙ୍ଗୋପସାଗରରେ ଆସୁଥିବା ବାତ୍ୟାର ପ୍ରଭାବ, ଓଡିଶାରେ ପଡ଼ିବା ସମ୍ଭାବନା ରହିଛି। ୨ ତାରିଖରେ ଦକ୍ଷିଣ ଓଡିଶାର, ଜିଲାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ୪ ତାରିଖରେ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ରାୟଗଡ଼ା, ମାଲକାନଗିରି,ଗଞ୍ଜାମ, ଗଜପତି, କୋରାପୁଟରେ ଅଧିକ ବର୍ଷିବାର, ଆକଳନ କରାଯାଇଛି। ୨ ରେ ୪୦ରୁ ୫୦ କିମି ବେଗରେ ପବନ ବହିବ, ଝଟକା ପବନ ୬୦ କିମି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପୁଣି ବର୍ଷିବ। ୪ ଓ ୫ ତାରିଖରେ ପବନର ବେଗ, ୭୦ କିମି ହୋଇପାରେ।ପରବର୍ତ୍ତୀ ୨୪ ଘଣ୍ଟାରେ ବଙ୍ଗୋପସାଗରେ, ଏହା ଆହୁରୀ ଘନୀଭୂତ ହୋଇ ପୁଣି ବାତ୍ୟାର ରୂପ ନେବାର ଅଧିକ ସମ୍ଭାବନା ରହିଛି। ଦକ୍ଷିଣ ଆଣ୍ଡାମାନ ସାଗରରେ, ଲଘୁଚାପ କ୍ଷେତ୍ର, ସ୍ପଷ୍ଟ ଚିହ୍ନିତ ହୋଇଛି।ବାତ୍ୟା ସୃଷ୍ଟି ପରେ ,ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ, ଗତି କରିବ। ୨ ତାରିଖ ସନ୍ଧ୍ୟା ବେଳକୁ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା, ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ, ସୂଚନା ମିଳିଛି।




