ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଓଡ଼ିଶା ପାଳୁଛି ଛେନାପୋଡ଼ ଦିବସ, GI ଟ୍ୟାଗ୍ ମାନ୍ୟତା ପାଇଁ ଦାବି

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ, ଧୁମଧାମରେ ପାଳିତ ହେଉଛି ବିଶ୍ୱ ଛେନାପୋଡ଼ ଦିବସ । ଏପ୍ରିଲ ୧୧ ଅର୍ଥାତ୍ ଆଜିର ଦିନରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଛେନାପୋଡ଼ ଦିବସ ପାଳିତ ହେଉଛି । ଛେନା ସହିତ ଚିନି ଓ ଗୁଜୁରାତିକୁ ମିଶାଇ ପୋଡା ଯାଉଥିବାରୁ ଏହାର ନାମ ଛେନାପୋଡ । ରାଜ୍ୟର ବିଭିନ୍ନ ସ୍ଥାନରେ ଛେନାପୋଡ଼ ତିଆରି ହେଉଥିଲେ ମଧ୍ୟ ନୟାଗଡ଼ ଛେନାପୋଡ଼ର ଚାହିଦା ଅଧିକ ରହିଛି । ତଥାପି ଛେନାପୋଡ଼କୁ ଜି.ଆଇ. ଟ୍ୟାଗ୍ ମାନ୍ୟତା ପାଇଁ ଦାବି କରାଯାଉଥିଲେ ବି ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ଏଥିରେ ବିଳମ୍ବ ହେତୁ ସାଧାରଣରେ ଦୁଃଖ ପ୍ରକାଶ ପାଉଛି ।
ତେବେ ନୟାଗଡ ଛେନାପୋଡର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ନୟାଗଡ ଜିଲ୍ଲା ଦଶପଲ୍ଲାର ସୁଦର୍ଶନ ସାହୁ ନାମକ ଜଣେ ଛୋଟ ଦୋକାନୀ ୧୯୪୭ ମସିହା ପୂର୍ବରୁ ଛେନା ପୋଡ଼ ପ୍ରସ୍ତୁତ କରୁଥିବାର ପ୍ରମାଣ ରହିଛି । ତାଙ୍କରି ଜନ୍ମଦିନକୁ ମନେ ପକାଇବା ପାଇଁ ଏପ୍ରିଲ ୧୧ ତାରିଖରେ ପାଳିତ ହେଉଛି ବିଶ୍ୱ ଛେନାପୋଡ଼ ଦିବସ ।




