ଓଡ଼ିଶାରାଜନୀତି

ମାଷ୍ଟରକ୍ୟାଂଟିନ ଛକ ଠାରେ “ଛାତ୍ର ସଂକଳ୍ପ ସମାବେଶ”

ଭୁବନେଶ୍ୱର ,ପ୍ରଶ୍ନପତ୍ର ଲିକ୍ ଘଟଣାକୁ ମୁଦ୍ଦା କରି ଶିକ୍ଷାମନ୍ତ୍ରୀ ,ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଥିଲେ, ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି, ବିଭୁତି ଭୂଷଣ ମହାପାତ୍ର। ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକ ଠାରେ “ଛାତ୍ର ସଂକଳ୍ପ ସମାବେଶ” ଆୟୋଜିତ ହୋଇଥିଲା । ଏଠାରେ ନବନିଯୁକ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି, ଶ୍ରୀ ବିଭୁତିଭୂଷଣ ମହାପାତ୍ରଙ୍କୁ, ସମ୍ବର୍ଦ୍ଧନା ଦିଆଯିବ ସହ ଛାତ୍ର କଂଗ୍ରେସର ଆଗାମୀ କାର୍ଯ୍ୟକ୍ରମ ପାଇଁ ସଂକଳ୍ପ ନିଆଯାଇଥିଲା ।ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ବିଭୁତି ଭୂଷଣ ମହାପାତ୍ର କହିଲେ, ଯେ ପ୍ରତି କଲେଜ ଓ ବିଶ୍ୱବିଦ୍ୟାଳୟରେ, ଛାତ୍ର କଂଗ୍ରେସ ସଂଗଠନକୁ ମଜବୁତ କରାଯିବ । ଛାତ୍ର କଂଗ୍ରେସ ଏ ସରକାରକୁ ହଟାଇବ ।ଓଡ଼ିଶାର ଶିକ୍ଷାବ୍ୟବସ୍ଥାର ସୁଧାର ପାଇଁ ଏବଂ ଓଡ଼ିଶାର ଛାତ୍ର ସମାଜର ସ୍ୱାର୍ଥ ପାଇଁ, ଛାତ୍ର କଂଗ୍ରେସ ଅବିଶ୍ରାନ୍ତ ଲଢ଼େଇ କରିବ । ଛାତ୍ର କଂଗ୍ରେସ ହେଉଛି,ଓଡ଼ିଶାର ଛାତ୍ର ମାନଙ୍କର ସ୍ୱର । ଛାତ୍ରବିରୋଧି ବିଜେପି ସରକାର ବିରୋଧରେ ଛାତ୍ର କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ ।କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାପାଇଁ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ବିନୋଦ ଜାଖରଙ୍କୁ, ଏୟାରପୋର୍ଟ ଠାରୁ ଏକ ବିଶାଳ ମୋଟରସାଇକେଲ ରାଲିରେ, ମାଷ୍ଟରକ୍ୟାଂଟିନ ଛକପର୍ଯ୍ୟନ୍ତ ଅଣାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଜାଖର ତାଙ୍କ ଉଦବୋଧନରେ କହିଥିଲେ ଯେ, ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧି । ସାରା ଦେଶର ବିଭିନ୍ନ ରାଜ୍ୟରେ ଛାତ୍ର ସମାଜ ଭୁଷୁଡ଼ି ଯାଇଥିବା ଶିକ୍ଷାବ୍ୟବସ୍ଥା ବିରୋଧରେ, ଲଢ଼େଇ କରୁଛନ୍ତି । ଶିକ୍ଷା ନାମରେ ବ୍ୟବସାୟ ଚାଲିଛି । ନିଟ୍ ପେପର ଲିକ ଘଟଣା ମୋଦି ସରକାରର ଅସଲ ଚେହେରାକୁ, ପଦାରେ ପକାଇଛି ।ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଲେ ଯେ ଓଡ଼ିଶାର ଛାତ୍ରଛାତ୍ରୀ ରାଜରାସ୍ତାରେ, ଛିଡ଼ା ହେଉନଥିବାରୁ,କଲେଜ ଓ ୟୁନିଭରସିଟିରେ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ ।

Related Articles

Back to top button