ଅନ୍ତର୍ଜାତୀୟବାଣିଜ୍ୟ
ଗ୍ୟାସ ସିଲିଣ୍ଡର ଦୁଇଗୁଣା ଦରରେ ବିକ୍ରି

ଭୁବନେଶ୍ୱର,ଏଲପିଜି ଯୋଗାଣରେ ବିଳମ୍ବ ହେଉଥିବାରୁ ସଂକଟ ସୃଷ୍ଟି ହୋଇଛି। ଆଗକୁ ଯଦି କମର୍ସିଆଲ ସିଲିଣ୍ଡର ଯୋଗାଣ ସ୍ବାଭାବିକ ନହୁଏ ତେବେ ସମସ୍ୟା ଆହୁରି ବଢିବ।
ଆଉ ଏହି ଗ୍ୟାସ ସଂକଟର ଫାଇଦା ଉଠାଛନ୍ତି କଳାବେପାରୀ। ଅନେକ ସହରରେ ଗ୍ୟାସର ବ୍ଲାକ୍ ମାର୍କେଟିଂ ହେଉଥିବା ଦେଖିବାକୁ ମିଲିଛି।
ଗ୍ୟାସ ସିଲିଣ୍ଡର ଦୁଇଗୁଣା ଦରରେ ବିକ୍ରି ହେଉଛି।ସବୁଠାରୁ ପ୍ରଭାବିତ ହୋଇଛନ୍ତି ଷ୍ଟିଡ ଫୁଡ୍ ବ୍ୟବସାୟୀ।
ରାସ୍ତାରେ ଜଳଖିଆ ଓ ଫାଷ୍ଟଫୁଡ୍ ଦୋକାନ କରି ଚଳୁଥିବା ଛୋଟ ବ୍ୟବସାୟୀ ହନ୍ତସନ୍ତ ହେଉଛନ୍ତି।
ଆମ ରାଜ୍ୟରେ ମଧ୍ୟ ଗ୍ୟାସ ସଂକଟ ଦେଖାଦେଇଛି। ଅନେକ ସହରରେ ହୋଟେଲ ବ୍ୟବସାୟ ଉପରେ ପ୍ରଭାବ ପଡିଛି।
ପ୍ରତ୍ୟକ୍ଷ ଭାବେ ପ୍ରଭାବ ପଡିନଥିଲେ ବି ପରୋକ୍ଷ ଭାବେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ହୋଟେଲ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି।




