ଓଡ଼ିଶା

ଫ୍ଲାଏଓଭର ପାଇଁ ୧୦୦ କୋଟି

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ୧୦୦ କୋଟି ମଞ୍ଜୁର କରିବେ ସରକାର । ରାଜଧାନୀରେ ପ୍ରବଳ ଟ୍ରାଫିକ ଜାମ ହେଉଛି । ସନ୍ଧ୍ୟାବେଳେ ତ ଗାଡି ଗଡ଼ିବା ମୁସ୍କିଲ ହୋଇ ପଡୁଛି । ଖାସ କରି ଭୁବନେଶ୍ବର ଜୟଦେବ ବିହାର–ନନ୍ଦନକାନନ ରାସ୍ତା ପ୍ରବଳ ଜାମ ରହୁଛି । ଏହାକୁ ଦୃଷ୍ଟିରେ ରଖି ସରକାର ରାସ୍ତାର ଉନ୍ନତୀକରଣ ପାଇଁ ୧୦୦ କୋଟି ମଞ୍ଜୁର କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର ୪ରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ନିର୍ମାଣ ହେବ ଫ୍ଲାଏଓଭର। ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଅର୍ଥ ମଞ୍ଜୁର କରାଯାଇଛି। ଜୟଦେବ ବିହାରରୁ ରଘୁନାଥପୁର ପ୍ରାୟ ସାଢେ ୯ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ହେବ।

ଏଥିସହ ବିଭିନ୍ନ ଛକରେ ଫ୍ଲାଏଓଭର ନିର୍ମାଣ କରାଯିବ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ଟ୍ରେଜେରି ମାଧ୍ୟମରେ ଅର୍ଥ ବ୍ୟୟ ହେବ। ଓଡ଼ିଶା ରାଜ୍ୟ ସଡ଼କ ପ୍ରକଳ୍ପ-OSRPର ଭୁବନେଶ୍ୱରସ୍ଥିତ ପ୍ରକଳ୍ପ ପରିଚାଳନା ୟୁନିଟ୍ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଅର୍ଥର ଆହରଣ ଓ ବିତରଣ ଦାୟିତ୍ୱ ଦିଆଯାଇଛି। ତେବେ ଆମ ଗୌରବମୟ ଅତୀତ, ପରମ୍ପରା ଓ ସଂସ୍କୃତିକୁ ମନେ ପକାଇ ଆସନ୍ତୁ, ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା। ସମସ୍ତଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଓ ରାହାସ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା।

Related Articles

Back to top button