ଜାତୀୟରାଜନୀତି

ମନ୍ତ୍ରୀଙ୍କୁ ମାରିବାକୁ ଷଡଯନ୍ତ୍ର | ଭିଡିଓ କରି ମୁହଁ ଖୋଲିଲେ ମନ୍ତ୍ରୀ

ମନ୍ତ୍ରୀଙ୍କୁ ମାରିବାକୁ ଷଡଯନ୍ତ୍ର | ଆପଣ ଭାବୁଥିବେ କୌଣସି ରାଜନୈତିକ ଶତ୍ରୁତା ପାଇଁ ଷଡଯନ୍ତ୍ର କରାଯାଇଛି | ଆଉ ଏହି ଷଡଯନ୍ତ୍ର କୌଣସି ବିରୋଧୀ ନେତା କରିଥିବେ | କିନ୍ତୁ ନା ..ଖୋଦ ତାଙ୍କ ସ୍ୱାମୀ ତାଙ୍କୁ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ ରେଖା ଆର୍ଯ୍ୟ | ଅନ୍ୟ ମହିଳାଙ୍କ ସହ ମିଶି ଜଘନ୍ୟ ଷଡଯନ୍ତ୍ର ରଚିଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମନ୍ତ୍ରୀ । ଉତ୍ତରାଖଣ୍ଡର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ତଥା ପ୍ରଭାବଶାଳୀ ବିଜେପି ନେତ୍ରୀ ରେଖା ଆର୍ଯ୍ୟ ନିଜ ସ୍ୱାମୀ ଗିରଧାରୀ ଲାଲ୍ ସାହୁଙ୍କ ବିରୁଦ୍ଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ସ୍ୱାମୀଙ୍କ ଦ୍ୱାରା ଶାରୀରିକ ନିର୍ଯାତନା, ଜାତିଗତ ଅପମାନ, ଜାଲିଆତି ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା ନେଇ ସେ ଡେରାଡୁନର କ୍ୟାଣ୍ଟନମେଣ୍ଟ ଥାନାରେ ଏକ ଏଫଆଇଆର ରୁଜୁ କରିଛନ୍ତି। ପୁଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ରେଖା ଆର୍ଯ୍ୟ ଏବଂ ଗିରଧାରୀ ଲାଲ୍ ସାହୁ ୨୦୦୪ ମସିହା ଜୁଲାଇ ୬ ତାରିଖରେ ବିବାହ କରିଥିଲେ। କିନ୍ତୁ ଗିରଧାରୀ ପୂର୍ବରୁ ବିବାହିତ ଥିବା କଥା ରେଖାଙ୍କୁ କହିନଥିଲେ।

ଏପରିକି ତାଙ୍କର ପିଲା ଥିବା କଥା ମଧ୍ୟ ସେ ଲୁଚାଇଥିଲେ। ଗିରଧାରୀଙ୍କର ଅନ୍ୟ ମହିଳାମାନଙ୍କ ସହ ଅବୈଧ ସମ୍ପର୍କ ରହିଥିବା ଜାଣିବା ପରେ ମନ୍ତ୍ରୀ ରେଖା ଆର୍ଯ୍ୟ ପ୍ରତିବାଦ କରିବାରୁ ତାଙ୍କୁ ବାରମ୍ବାର ମାରଧର କରାଯିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ସ୍ୱାମୀ। ଏପରିକି ସରକାରୀ ବାସଭବନରେ କର୍ମଚାରୀଙ୍କ ସମ୍ମୁଖରେ ତାଙ୍କୁ ଜାତିଗତ ଭାବେ ଅପମାନିତ କରାଯାଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

 

 

Related Articles

Back to top button