
ଭୁବନେଶ୍ୱର, ନବୀନଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦମାନେ, ଇଣ୍ଡିଆ ବ୍ଲକର ପଦଯାତ୍ରାରେ ସାମିଲ ହେବେ। ଏନେଇ ଜାତୀୟ ଗଣମାଧ୍ୟମରେ, ଚର୍ଚ୍ଚା ହେଉଛି। ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍-SIR ନାଁରେ ଭୋଟର ଲିଷ୍ଟରୁ, ବ୍ୟାପକ ଭୋଟରଙ୍କ ନାଁ ବାଦ୍ ଦିଆଯିବା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟକଳାପକୁ ବିରୋଧ କରି, ଏହି ପ୍ରତିବାଦ ହେଉଛି। ଲିଷ୍ଟରୁ ଭୋଟରଙ୍କ ନାଁ ବାଦ୍ ଦିଆଯିବା ଅଭିଯୋଗକୁ ନେଇ ଆଜି ଦିଲ୍ଲୀରେ ବିରୋଧୀ ଦଳ ପ୍ରତିବାଦ, ପଦଯାତ୍ରା କରିବ। ଏଥିରେ ସାମିଲ ହେବ, ବିଜେଡି। SIR ନାଁରେ ଓଡ଼ିଶାରେ ୨୦ ଲକ୍ଷରୁ ଅଧିକ ଓ ଦେଶରେ ୧୩ କୋଟିରୁ ଅଧିକ ଭୋଟରଙ୍କ ନାଁ ବାଦ୍ ଦିଆଯାଇଥିବା, ଅଭିଯୋଗ ହୋଇଛି। ବିଜେଡି ଉଭୟ ଇଣ୍ଡିଆ ବ୍ଲକ ଓ ଏନଡିଏଠାରୁ ସମଦୂରତା, ବଜାୟ ରଖିଛି। କିନ୍ତୁ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ଏକ ଦାୟିତ୍ୱବାନ ରାଜନୈତିକ ଦଳ ଭାବେ, ବିଜେଡି ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହେବ, ବୋଲି କହିଛି।



