ବିଜେପିର ନୂଆ ପ୍ରଭାରୀ ତାଲିକା ଘୋଷଣା: ଡି. ପୁରନ୍ଦେଶ୍ୱରୀ ଓଡ଼ିଶା ପ୍ରଭାରୀ, ମହାରାଷ୍ଟ୍ର ଦାୟିତ୍ୱରେ ବୈଜୟନ୍ତ ପଣ୍ଡା


ଭୁବନେଶ୍ୱର: ଆଜି ବିଜେପି ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଏହାର ପ୍ରଭାରୀଙ୍କ ନାଁ ଘୋଷଣା କରିଛି। ଡି. ପୂରନ୍ଦେଶ୍ୱରୀଙ୍କୁ ଓଡ଼ିଶାର ପ୍ରଭାରୀ କରାଯାଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମହାରାଷ୍ଟ୍ରର ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ପ୍ରଭାରୀ ସହିତ ସହ ପ୍ରଭାରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ସହ ପ୍ରଭାରୀ ଭାବେ ନୂଆ ନିଯୁକ୍ତି ପାଇଛନ୍ତି ଡ. ସ୍ୱଦେଶ ସିଂହ। ସେହିପରି ମହାରାଷ୍ଟ୍ରର ସହ ପ୍ରଭାରୀ ଭାବେ ୩ ଜଣଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ହେଉଛନ୍ତି ଅମିତ ମାଲବୀୟ, ସଦାନନ୍ଦ ଶେଟ୍ ତନାୱାଡେ ଓ ଶ୍ରୀମତୀ କମଲଜୀତ ସହରାୱତ।
୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପ୍ରଭାରୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ସୁନୀଲ ବଂଶଲ. ସ୍ମୃତି ଇରାନୀ ଓ ରାମ ମାଧବ। ସୁନୀଲ ବଂଶଲଙ୍କୁ ପଶ୍ଚିମବଙ୍ଗ ଓ ତେଲଙ୍ଗାନାର ପ୍ରଭାରୀ କରାଯାଇଥିବା ବେଳେ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣା ଏବଂ ରାମ ମାଧବଙ୍କୁ ତାମିଲନାଡୁ ଓ ଉତ୍ତରାଖଣ୍ଡର ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିପରି ଜୟ ପ୍ରକାଶଙ୍କୁ ଆଣ୍ଡାମାନ ଓ ନିକୋବାରର ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ଡ. ଦେବେଶ କୁମାରଙ୍କୁ ଅରୁଣାଚଳ ପ୍ରଦେଶ, ଅରବିନ୍ଦ ଭଦୌରିୟାଙ୍କୁ ଆନ୍ଧ୍ର ପ୍ରଦେଶ, ମଙ୍ଗଳ ପାଣ୍ଡେଙ୍କୁ ଆସାମ, ହରିଶ ଦ୍ୱିବେଦୀଙ୍କୁ ବିହାର, ମହେନ୍ଦ୍ର ପାଣ୍ଡେଙ୍କୁ ଚଣ୍ଡିଗଡ଼, ସିଦ୍ଧାର୍ଥ ଶମ୍ଭୁଙ୍କୁ ଦାଦର ନଗର ହବେଲୀ ଓ ଡାମନ ଏବଂ ଡିଉ, ଡ. ବିନୟ ସହସ୍ରବୁଦ୍ଧେଙ୍କୁ ଦିଲ୍ଲୀ, ଡ. ଭାରତୀ ପ୍ରବୀଣ ପାୱାରଙ୍କୁ ଗୋଆ, ତରୁଣ ଚୁଘଙ୍କୁ ଗୁଜରାଟ, ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶ, ସତୀଶ ପୁନିଆଙ୍କୁ ଜମ୍ମୁ ଓ କଶ୍ମୀର, ଗଜେନ୍ଦ୍ର ପଟେଲଙ୍କୁ ଝାରଖଣ୍ଡ, ହରିଶ ଦ୍ୱିବେଦୀଙ୍କୁ କର୍ଣ୍ଣାଟକା, ଏମ୍ ନାଗରାଜାଙ୍କୁ କେରଳମ୍, ରାଜକୁମାର ଭାଟିଆ (ଦିଲ୍ଲୀ)ଙ୍କୁ ଲଦ୍ଦାଖ, ଜର୍ଜ କୁରିୟନଙ୍କୁ ଲକ୍ଷଦ୍ୱୀପ, ବିପ୍ଳବ କୁମାର ଦେବଙ୍କୁ ମଧ୍ୟ ପ୍ରଦେଶ, ଡ. ରାଜଦୀପ ରାୟଙ୍କୁ ମଣିପୁର, କନାଦ ପୁରକାୟସ୍ଥଙ୍କୁ ମେଘାଳୟ, ଭଗବତ କରାଡଙ୍କୁ ମିଜୋରାମ, ଅନୀଲ ଏଣ୍ଟନୀଙ୍କୁ ନାଗାଲ୍ୟାଣ୍ଡ, କେ ସୁରେନ୍ଦ୍ରନଙ୍କୁ ପୁଡୁଚେରୀ, ଡ. ସତୀଶ ପୁନିଆଙ୍କୁ ପଞ୍ଜାବ, ସଞ୍ଜୟ ଭାଟିଆଙ୍କୁ ରାଜସ୍ଥାନ, ରାଜୁ ବିସ୍ତାଙ୍କୁ ସିକ୍କିମ, ମୃଗାଙ୍କା ଦେବ ବର୍ମନଙ୍କୁ ତ୍ରିପୁରା ଓ ବିନୋଦ ତାୱଡେଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନ।


