ଐତିହ୍ୟ ଓ ସଂସ୍କୃତିଓଡ଼ିଶାଶିକ୍ଷା
ଛାତ୍ରଛାତ୍ରୀଙ୍କ ସହିତ ଗୁରୁ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ; କଟକ ବୋର୍ଡ ହାଇସ୍କୁଲରେ ଆୟୋଜିତ ହୋଇଯାଇଛି ରାଜ୍ୟ ସ୍ତରୀୟ ଗୁରୁ ଦିବସ ସମାରୋହ – ୨୦୨୬ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଦେବା ସହ ଛାତ୍ରଛାତ୍ରୀଙ୍କୁ ଉପାଦେୟ କଥାମାନ କହିଥିଲେ ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ ମୁଖ୍ୟମନ୍ତ୍ରୀ । ନିଜେ ମାଇକ୍ ଧରି ପିଲାଙ୍କୁ ଶିକ୍ଷା ସମ୍ପର୍କିତ ଅନୁଭୂତି ବାବଦରେ ପଚାରି ବୁଝିଛନ୍ତି । ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍କୁଲରେ ଭେଟିବା ଏବଂ ସିଧାସଳଖ କଥା ହେବାର ସୁଯୋଗ ପାଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ହୋଇଥିଲେ । ସେହିପରି ଶିକ୍ଷକମାନଙ୍କ ସହିତ ସ୍କୁଲ ବିଷୟରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ।




