ଅନ୍ତର୍ଜାତୀୟବାଣିଜ୍ୟ

୪ ଦିନରେ ସୁନା ପ୍ରାୟ ୬ ହଜାର ଟଙ୍କା କମିଲା

ଭୁବନେଶ୍ୱର ,ଆଗକୁ ପାର୍ବଣ ଓ ବିବାହ ଋତୁ ଆସୁଥିବା ବେଳେ, ସୁନା ଦର ହ୍ରାସ ଗ୍ରାହକଙ୍କୁ, କରିଛି ସାମାନ୍ୟ ଆଶ୍ବସ୍ତି।  ସେପ୍ଟେମ୍ବର ଆରମ୍ଭରୁ, ପୁଣି ଖସିଛି ସୁନା ଦର ।ଅନ୍ୟପଟେ ଏବେ ସୁନା ନକିଣିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ଗତ ମେ’ ମାସରେ ମଧ୍ୟ, ସେ ଏଭଳି ଅପିଲ୍ କରିଥିଲେ। ଗ୍ଲୋବାଲ୍ ସଙ୍କଟ, ଯୁଦ୍ଧ ଓ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଦେଶର ଅର୍ଥନୀତିକୁ, ସୁଦୃଢ଼ ରଖିବା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ କରିବା ପାଇଁ, ପ୍ରଧାନମନ୍ତ୍ରୀ ,ଆହ୍ୱାନ ଦେଇଛନ୍ତି। ଗତ ଅଗଷ୍ଟ ୨୯ ତାରିଖରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦାମ୍ ଥିଲା, ଲକ୍ଷେ ୪୫ ହଜାର ୫୦ ଟଙ୍କା। ଏବେ ଭୁବନେଶ୍ବର ବଜାରରେ, ୧୦ ଗ୍ରାମ ସୁନା ଦର ଲକ୍ଷେ ୩୯ ହଜାର ୩୫୦ ଟଙ୍କା ରହିଛି। ଆଜି ୨୨ କ୍ୟାରେଟ୍ ସୁନା ଦର ୧୯୦୦ ଟଙ୍କା ଶସ୍ତା ହୋଇଛି। ସେହିଭଳି ୨୪ କ୍ୟାରେଟ୍ ସୁନା ୨ ହଜାର ୭୦ ଟଙ୍କା, କମିଛି। ବର୍ତ୍ତମାନ ୧୦ ଗ୍ରାମ ୨୪ କ୍ୟାରେଟ୍ ଦାମ୍ ରହିଛି, ୧ ଲକ୍ଷ ୫୨ ହଜାର ଟଙ୍କା। ୧୮ କ୍ୟାରେଟ ୧୫ ଶହ ୫୦ ଟଙ୍କା କମି ଲକ୍ଷେ ୧୪ ହଜାର ଟଙ୍କାରେ ବିକ୍ରି ହେଉଛି ।

Related Articles

Back to top button