ଅନ୍ୟାନ୍ୟପାଣିପାଗ

ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,ପଶ୍ଚିମ ଓଡ଼ିଶାକୁ ପ୍ରବଳ ବର୍ଷା ଚେତାବନୀ ଜାରି ହୋଇଛି । ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ।ଆସନ୍ତାକାଲି ପାଗରେ ସାମାନ୍ୟ ପରିବର୍ତ୍ତନ ଘଟି ବର୍ଷା, କମିବାର ସମ୍ଭାବନା ରହିଥିଲେ ବି ଉପକୂଳ, ପଶ୍ଚିମ ଓ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହୋଇପାରେ । ଏଥିପାଇଁ 15 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।ଆଜି ବରଗଡ଼ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ, ଅରେଞ୍ଜ ଆଲର୍ଟ ଜାରି କରିଛି, ପାଣିପାଗ କେନ୍ଦ୍ର । ସେହିଭଳି ଆଉ 7 ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଫଳରେ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏବଂ ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଓ ବିଂଝାରପୁର ବ୍ଲକରେ ବଡ଼ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ସନ୍ଧ୍ୟାରୁ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି ବୁଢ଼ାବଳଙ୍ଗ । ବୁଢ଼ାବଳଙ୍ଗର ବିପଦ ସଂକେତ ୮.୧୩ ମିଟର ଥିବାବେଳେ, ଏବେ ଜଳସ୍ତର ୮.୬୬ ମିଟରରେ ପହଞ୍ଚିଛି । ତଳିଆ ଅଞ୍ଚଳରେ ପାଣି ପଶିବାରୁ ପ୍ରସାଶନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରି ବିଭିନ୍ନ ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯାଇଛି।

Related Articles

Back to top button