
ଭୁବନେଶ୍ୱର,ପବିତ୍ର ବାହୁଡ଼ା ଏକାଦଶୀ ଅବସରରେ ପୁରୀ ଗସ୍ତ କରି ରଥ ଉପରେ, ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ।୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଚାଳନା ପାଇଁ, ପୁରୀରେ କାର୍ଯ୍ୟକାରୀ ହୋଇଥିବା ଇଣ୍ଟିଗ୍ରେଟେଡ୍ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ICCCକୁ ସେ ନିଜେ ଯାଇ ସ୍ଥିତି ପରଖିଥିଲେ। ଦର୍ଶନ ସରିବା ପରେ ସେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥାର, ସମୀକ୍ଷା କରିଥିଲେ।ପୁରୀରେ ପ୍ରଥମ ଥର ପାଇଁ ଏହି ହାଇଟେକ୍ କମାଣ୍ଡ ସେଣ୍ଟର କାର୍ଯ୍ୟକାରୀ କରାଯାଇଛି। ୨୭୫ରୁ ଅଧିକ ଏଆଇ ଚାଳିତ ସିସିଟିଭି କ୍ୟାମେରା ମାଧ୍ୟମରେ, ସିଧାସଳଖ ନଜର ରଖାଯାଉଛି।ଭକ୍ତମାନେ ଯେପରି ବିନା କୌଣସି ଅସୁବିଧାରେ ଏବଂ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପ୍ରତି ଗୁରୁତ୍ବାରୋପ କରିଥିଲେ।




