Uncategorized

ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ: ‘ମୋତେ ହତ୍ୟା କଲେ ଧ୍ୱଂସ ହୋଇଯିବ ସମଗ୍ର ଦେଶ’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜ ପ୍ରାଣ ପ୍ରତି ଥିବା ବିପଦ ସମ୍ପର୍କରେ ଆଶଙ୍କା ପ୍ରକଟ କରିବା ସହ ଇରାନକୁ ଶକ୍ତ ଚେତାବନୀ ଦେଇଛନ୍ତି। ଶୁକ୍ରବାର ଏକ ବୟାନରେ ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ତାଙ୍କୁ ହତ୍ୟା କରିବାରେ ସଫଳ ହୁଏ, ତେବେ ଆମେରିକା ଏହାର ବଡ଼ ଜବାବ ଦେବ ଏବଂ ଇରାନ ବିରୋଧରେ ବ୍ୟାପକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ସେ ପୂର୍ବରୁ ହିଁ ଆବଶ୍ୟକ ନିର୍ଦ୍ଦେଶ ଦେଇସାରିଥିବା ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଛନ୍ତି, “ମୁଁ ଦୀର୍ଘ ଦିନ ହେବ ସେମାନଙ୍କ (ଇରାନର) ଟାର୍ଗେଟ୍ ଲିଷ୍ଟରେ ରହିଛି ଏବଂ ଆମେ ଏହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ।” ଏହା ସହ ସେ ଚେତାବନୀ ଦେଇ କହିଛନ୍ତି ଯେ, ପ୍ରାୟ ୧,୦୦୦ କ୍ଷେପଣାସ୍ତ୍ର (ମିଶାଇଲ୍) ପ୍ରସ୍ତୁତ ଅବସ୍ଥାରେ ରଖାଯାଇଛି; ଯଦି ତାଙ୍କର କିଛି ଅନିଷ୍ଟ ହୁଏ, ତେବେ ଏହି ସମସ୍ତ କ୍ଷେପଣାସ୍ତ୍ର ମାଡ଼ କରି ସମଗ୍ର ଇରାନକୁ ଧ୍ୱଂସ କରିଦିଆଯିବ।

Related Articles

Back to top button