Uncategorized

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡପୁର ହେବ ସୂର୍ଯ୍ୟ ଗ୍ରାମ। ଏହି ଗ୍ରାମର ପ୍ରତ୍ୟେକ ଘର ସୂର୍ଯ୍ୟ ଘର ହେବ। ସୌର ଶକ୍ତି ଦ୍ବାରା ଏହି ଗାଁରେ ମାଗଣା ବିଜୁଳି ମିଳିବ। ଏହିପରି ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ଜନ୍ମଦିନରେ ତାଙ୍କ ଗାଁ କୁ ଭ୍ରମଣରେ ଆସିଥିବା ବେଳେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ପାହାଡପୁରରେ ଆଉ ଏକ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସେ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହା ରାଷ୍ଟ୍ରପତିଙ୍କୁ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟି। ରାଇରଙ୍ଗପୁରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧୀତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଅଞ୍ଚଳର ଜଣେ ଝିଅ ଆଜି ସାରା ଦେଶରେ ନାଁ କରିଛନ୍ତି। ଆଜି ତାଙ୍କର ଜନ୍ମଦିନ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ବହୁତ ଶୁଭେଚ୍ଛା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଦୀର୍ଘଜୀବି ହୋଇ ଦେଶ ସେବା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଥିଲେ। ରାଷ୍ଟ୍ରପତିଙ୍କ ସ୍ବାଭବ, ପରିଶ୍ରମ ଏବଂ ଦେଶସେବା ପାଇଁ ସମର୍ପଣ କେବଳ ମୟୁଭଂଜ ପାଇଁ ନାହିଁ ସାରା ଦେଶ ପାଇଁ ସେ ଆଦର୍ଶ ପାଲଟିଯାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଜୟ ଜଗନ୍ନାଥ ରୁ ଆରମ୍ଭ କରିଥିଲେ। ସେହିପରି ସେ ଓଡିଆରେ ଏଠାରେ ଉପସ୍ଥିତ ଭାଇ ଭଉଣୀ ଓ ମା ମାନଙ୍କୁ ମୋର ନମସ୍କାର ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟରେ ବିକାଶ ଦ୍ରୁତ ଗତିରେ ଚାଲିଛି ବୋଲି କହିଥିଲେ। ପୂର୍ବ ଭାରତର ବିକାଶ ଭାରତର ବିକାଶ, ସେଥିପାଇଁ ଓଡିଶାର ବିକାଶ ଦେଶର ବିକାଶରେ ବଡ ଭାଗିଦାରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Back to top button