Uncategorized

ଶିକ୍ଷକଙ୍କ ପାଇଁ ଟିଇଟି ପାସ୍ ବାଧ୍ୟତାମୂଳକ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମସ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଏଣିକି ପ୍ରତି ଶିକ୍ଷକଙ୍କ ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ‘ଟିଇଟି’ (TET) ପାସ୍ କରିବା ବାଧ୍ୟତାମୂଳକ ଅଟେ। ଯେଉଁ ଶିକ୍ଷକମାନେ ଏପର୍ଯ୍ୟନ୍ତ ଏହି ପରୀକ୍ଷା ଉତ୍ତୀର୍ଣ୍ଣ ହୋଇନାହାନ୍ତି, ସେମାନଙ୍କୁ ଯୋଗ୍ୟତା ହାସଲ କରିବା ପାଇଁ ସୁପ୍ରିମକୋର୍ଟ ଆଉ ଏକ ସୁଯୋଗ ଦେଇଛନ୍ତି। ପୂର୍ବରୁ ଥିବା ୨ ବର୍ଷର ଅବଧିକୁ ବୃଦ୍ଧି କରାଯାଇ ଏବେ ୩ ବର୍ଷ କରାଯାଇଛି। ଏହି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଚିଠି ଲେଖାଯାଇଛି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଅଣ-ଟିଇଟି ପାସ୍ ଶିକ୍ଷକମାନଙ୍କୁ ଆସନ୍ତା ୨୦୨୮ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହି ପରୀକ୍ଷା କ୍ଲିୟର କରିବାକୁ ପଡ଼ିବ। ଯଦି ନିର୍ଦ୍ଧାରିତ ୩ ବର୍ଷ ମଧ୍ୟରେ କୌଣସି ଶିକ୍ଷକ ଏହି ଯୋଗ୍ୟତା ହାସଲ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

Related Articles

Back to top button