Uncategorized
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜୋରଦାର; ସୋନମ ୱାଙ୍ଗଚୁକଙ୍କ ଅନଶନକୁ ଓଡ଼ିଶାରୁ ସମର୍ଥନ


ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ସହ ଶିକ୍ଷା ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି। ସଂସଦରୁ ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ଶିକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ପୁଣିଥରେ ଜୋର ଧରିଛି। ‘ନିଟ୍’ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ପରିଚାଳନାରେ ଅନିୟମିତତା ଏବଂ ଶିକ୍ଷା ବ୍ୟବସ୍ଥାର ସ୍ୱଚ୍ଛତାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।ଅପରପକ୍ଷରେ, ଦିଲ୍ଲୀର ଯନ୍ତରମନ୍ତରଠାରେ ଶିକ୍ଷାବିତ୍ তথা ସମାଜସେବୀ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନ ଓ ଅନଶନକୁ ଓଡ଼ିଶାରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ମିଳିଛି। ଏହାର ପ୍ରଭାବରେ ଭୁବନେଶ୍ୱରରେ ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।




