ଅନ୍ୟାନ୍ୟସ୍ୱାସ୍ଥ୍ୟ

ଆଜି ଦ୍ବିତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ।

ଭୁବନେଶ୍ୱର ,ଡାକ୍ତରଙ୍କ ଆନ୍ଦୋଳନର ସିଧା ପ୍ରଭାବ ରୋଗୀଙ୍କ ଉପରେ ପଡ଼ିଛି।

କିଏ ଟେଷ୍ଟ କରିବାକୁ ଆସି ଫେରିଗଲା, କିଏ ଡାକ୍ତର ଦେଖାଇ ନପାରି ଫେରିଗଲା।

କେନ୍ଦ୍ରୀୟ ବେତନ ଗଠନ ଅନୁଯାୟୀ ଯୋଗ୍ୟତା ତାରିଖରୁ ଡାଇନାମିକ୍ ଆସ୍ୟୁର୍ଡ କ୍ୟାରିଅର ପ୍ରୋଗ୍ରେସନ୍କାର୍ଯ୍ୟକାରୀ କରିବା, ସମସ୍ତ ଗ୍ରେଡ୍ ରେ ଆନୁପାତିକ କ୍ୟାଡର ପୁନର୍ଗଠନ, ସୁପର ସ୍ପେସିଆଲିଷ୍ଟ, ସ୍ପେସିଆଲିଷ୍ଟ, ଡିପ୍ଲୋମାଧାରୀ ଡାକ୍ତର, ପ୍ରଶାସକଙ୍କ ପାଇଁ ବର୍ଦ୍ଧିତ ପ୍ରୋତ୍ସାହନ ଭଳି ୧୦ଟି ଦାବି କରି ଧାରଣାକୁ ଓହ୍ଲାଇଛନ୍ତି।

OMSA ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଛି।

କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତର।

ଦ୍ବିତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ।

Related Articles

Back to top button