
ଭୁବନେଶ୍ୱର ,ସୋୟାବିନ ଓ ଅଣ୍ଡା ଉଭୟ ନିଜ ନିଜ ସ୍ଥାନରେ, ସୁପରଫୁଡ୍। ଅଣ୍ଡା ଉଚ୍ଚ ଗୁଣବତ୍ତାର ପ୍ରୋଟିନ ଯାହା ଶରୀରରେ ସହଜରେ, ହଜମ ହୋଇଥାଏ। ଅନ୍ୟପକ୍ଷରେ, ସୋୟାବିନ କମ୍ ଖର୍ଚ୍ଚରେ ମିଳୁଥିବା ଏକ ପ୍ରଚୁର ପରିମାଣର, ଫାଇବର ଓ ପ୍ରୋଟିନର ଭଲ ଉତ୍ସ। ତେଣୁ, ନିଜର ଖାଦ୍ୟାଭ୍ୟାସ ଓ ପୋଷଣ ସଠିକ୍ ବିକଳ୍ପ ବାଛନ୍ତୁ ଏବଂ ନିଜର ଫିଟନେସ୍ ଯାତ୍ରାକୁ ଆହୁରି ସହଜ ଓ ପ୍ରଭାବଶାଳୀ କରନ୍ତୁ।ଯେଉଁଠାରେ ଅଣ୍ଡାକୁ ଉଚ୍ଚ ଗୁଣବତ୍ତାର ପ୍ରାଣୀଜାତ ପ୍ରୋଟିନର ସର୍ବୋତ୍ତମ ଉତ୍ସ ବୋଲି ଧରାଯାଏ, ସେଠାରେ ସୋୟାବିନକୁ ଶାକାହାରୀଙ୍କ ପାଇଁ ଏକ ଉକୃଷ୍ଟ, ପୌଷ୍ଟିକ ଓ ଶକ୍ତିଶାଳୀ ବିକଳ୍ପ ଭାବେ ଦେଖାଯାଏ। ତେବେ ପ୍ରକୃତରେ କଣ ସୋୟାବିନ ଅଣ୍ଡାର ପୋଷକମୂଲ୍ୟର ଅଭାବକୁ ପୂରଣ କରିପାରିବ….ପ୍ରୋଟିନର କଥା ଆସିଲେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ନ୍ତି ଯେ, ଶେଷରେ ସବୁଠାରୁ ଭଲ ବିକଳ୍ପ କଣ….ନିକଟରେ ପଶ୍ଚିମବଙ୍ଗର ମିଡ୍-ଡେ ମିଲ୍ ଯୋଜନାରେ ଅଣ୍ଡା ବଦଳରେ ସୋୟାବିନକୁ, ସାମିଲ କରିବାର ନିଷ୍ପତ୍ତି, ଏକ ନୂଆ ବିତର୍କ ସୃଷ୍ଟି କରିଛି। ଏହି ବିବାଦ କେବଳ ଖାଦ୍ୟାଭ୍ୟାସରେ ସୀମିତ ନୁହେଁ, ବରଂ ପୋଷଣର ଗୁଣବତ୍ତା ଏବଂ ଶାକାହାର ବନାମ ଆମିଷାହାର, ଭଳି ପ୍ରସଙ୍ଗକୁ ମଧ୍ୟ ସାମ୍ନାକୁ ଆଣିଛି।ଗୋଟିଏ ଅଣ୍ଡାରେ ପ୍ରାୟ ୬–୭ ଗ୍ରାମ୍ ପ୍ରୋଟିନ ଥାଏ। ଏହାର ବାୟୋ-ଉପଲବ୍ଧତା ବହୁତ ଅଧିକ ଥିବାରୁ, ଶରୀର ଏହି ପ୍ରୋଟିନକୁ ସହଜରେ ଶୋଷଣ କରି, ବ୍ୟବହାର କରିପାରେ।ଅନ୍ୟପଟେ, ସୋୟାବିନ ଉଦ୍ଭିଦ-ଆଧାରିତପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ। ଏଥିରେ ମଧ୍ୟ ଶରୀର ପାଇଁ ଆବଶ୍ୟକ ସମସ୍ତ ଆମିନୋ ଏସିଡ୍ ରହିଥାଏ ।




