ଅନ୍ୟାନ୍ୟସ୍ୱାସ୍ଥ୍ୟ

ଛତିଶଗଡ଼ରେ ବଡ଼ ଅଘଟଣ ।

ଭୁବନେଶ୍ୱର ,ଛତିଶଗଡ଼ ଶକ୍ତି ଜିଲ୍ଲାର ଏକ ଘରୋଇ ପାଓ୍ବାର ପ୍ଲାଣ୍ଟରେ ଘଟିଛି ଭୟାବହ ଦୁର୍ଘଟଣା । ସୂଚନା ଅନୁସାରେ, ଅପରାହ୍ନରେ ବଏଲର ଫାଟିଯିବା ଫଳରେ ଏଭଳି ଏଭଳି ସ୍ଥିତି ଉପୁଜିଛି । ବଏଲର ବିସ୍ଫୋରଣ ଯୋଗୁ ପ୍ଲାଣ୍ଟ ପରିସରରେ ଆତଙ୍କ ଖେଳିଯାଇଥିଲା। ଦୁର୍ଘଟଣା ବେଳେ ପ୍ଲାଣ୍ଟରେ ଅନେକ ଶ୍ରମିକ କାମ କରୁଥିଲେ।  ପାଓ୍ବାର ପ୍ଲାଣ୍ଟର ବଏଲର ଫାଟି ୯ ମୃତ, ୧୫ ଆହତ ।ଦୁର୍ଘଟଣା ବେଳେ ପ୍ଲାଣ୍ଟରେ ଅନେକ ଶ୍ରମିକ କାମ କରୁଥିଲେ।  ଏକାଧିକ ଶ୍ରମିକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିବା ସହିତ ଆହତଙ୍କର ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related Articles

Back to top button