ଅନ୍ତର୍ଜାତୀୟଅନ୍ୟାନ୍ୟ
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘ରୁଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ବିଜେତା

ଭୁବନେଶ୍ୱର ,ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ। ‘ରୁଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ବିଜେତା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ….ଏହି ସଫଳତା ଓଡ଼ିଶା ତଥା ଦେଶ ପାଇଁ, ଗର୍ବର ବିଷୟ।
ଏହା ବିଶ୍ୱସ୍ତରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଭାରତର ସମ୍ମାନକୁ ଆହୁରି ସୁଦୃଢ଼ କରିବ।
ଜଳବାୟୁ ପରିବର୍ତ୍ତନ ଏବଂ ମାନବଜାତି ଉପରେ ଏହାର ପ୍ରଭାବକୁ ନେଇ, ରୁଷିଆର କାଲିନିନଗ୍ରାଡ୍ ରିଜିଅନରେ ଚିତ୍ତାକର୍ଷକ ବାଲୁକା କଳା ନିର୍ମାଣ କରିଥିଲେ, ସୁଦର୍ଶନ।
ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ସୁଦର୍ଶନଙ୍କୁ ସମ୍ବର୍ଦ୍ଧନା ଦେବା ସହ, ଅଭିନନ୍ଦନ ଜଣାଇଛନ୍ତି।
ରାଜ୍ୟପାଳ କହିଛନ୍ତି, ଏହି ସମ୍ମାନ ହାସଲ କରିବାରେ, ସୁଦର୍ଶନ ହେଉଛନ୍ତି, ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ।




