ଅନ୍ତର୍ଜାତୀୟଅନ୍ୟାନ୍ୟ

ଆମେରିକା ୟୁଏଇ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ

ଭୁବନେଶ୍ୱର ,ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଜାରି ରହିଥିବାବେଳେ, ୟୁଏଇର ବାରାକ ପରମାଣୁ କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଇରାକରେ ସକ୍ରିୟ ଥିବା ଇରାନ ସମର୍ଥିତ, ଆତଙ୍କବାଦୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା, କୁହାଯାଇଛି। ମାତ୍ର ଏହି ଆକ୍ରମଣ ପାଇଁ ଇରାନ, କିମ୍ବା ଏହାର ସମର୍ଥିତ କୌଣସି ଆତଙ୍କବାଦୀ ସଂଗଠନ ପକ୍ଷରୁ, କିିଛି ଦାବି କରାଯାଇ ନାହିଁ।ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ, ଇରାନ ସହିତ ଚାଲିଥିବା ଶାନ୍ତି ଆଲୋଚନାରେ ସାମାନ୍ୟ ସକାରାତ୍ମକ ସଙ୍କେତ ମିଳିଛି। ସେ କହିଛନ୍ତି ଏହି ପ୍ରଗତି କୌଣସି, ସଫଳତା ନୁହେଁ; କିନ୍ତୁ ଆଲୋଚନା କିଛିଟା ଆଗେଇବା ଏକ ଭଲ ସଙ୍କେତ। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଥିବାରୁ ଇରାନ ଉପରେ ସାମରିକ ଆକ୍ରମଣକୁ ସ୍ଥଗିତ ରଖାଯାଇଛି। ଦୁଇ ଦେଶର ଶାନ୍ତି କଥାବାର୍ତ୍ତାରେ ପାକିସ୍ତାନ ମୁଖ୍ୟ ମଧ୍ୟସ୍ଥ ସାଜିଛି। ଏଥିପାଇଁ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ଏବଂ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ମଧ୍ୟରେ, ତେହେରାନଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

Related Articles

Back to top button