Uncategorized

ବଢ଼ିଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା: ୩୩ରୁ ୩୭କୁ ବୃଦ୍ଧି

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ‘ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ଅଧ୍ୟାଦେଶ’କୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏନେଇ ସୂଚନା ଦେଇଛନ୍ତି। ନୂଆ ସଂଶୋଧନ ଅନୁଯାୟୀ, ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି ପାଇଛି। ପ୍ରଧାନ ବିଚାରପତି (CJI)ଙ୍କୁ ବାଦ୍ ଦେଇ ଏହି ସଂଖ୍ୟା ଏବେ ୩୭ରେ ପହଞ୍ଚିଛି (ପ୍ରଧାନ ବିଚାରପତିଙ୍କୁ ମିଶାଇ ସର୍ବାଧିକ ସଦସ୍ୟ ସଂଖ୍ୟା ୩୮ ହେବ)। ସୂଚନାଯୋଗ୍ୟ ଯେ, ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ନେଇ ଗତ ୫ ତାରିଖରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

Related Articles

Back to top button