ଅନ୍ୟାନ୍ୟଶିକ୍ଷା

୧୭ରେ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା

 ଭୁବନେଶ୍ୱର,ଏପ୍ରିଲ ୨୩ରୁ ଜେଇଇ, ଆଡଭାନ୍ସଡ୍ ନିମନ୍ତେ ପଞ୍ଜୀକରଣ ହୋଇଥିଲା। ମେ’ ୨ ପଞ୍ଜୀକରଣର ଶେଷ ତାରିଖ ଥିଲା।

କିନ୍ତୁ ପଞ୍ଜୀକରଣ ଅବଧିକୁ ମେ’ ୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଚଳିତବର୍ଷ ଜେଇଇ ମୁଖ୍ୟରେ ୧୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ସେମାନଙ୍କ ମଧ୍ୟରୁ ୨.୫ ଲକ୍ଷ ବିଦ୍ୟାର୍ଥୀ ଜେଇଇ ଆଡଭାନ୍ସଡ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଗତବର୍ଷ ଅପେକ୍ଷା ଚଳିତବର୍ଷ ଜେଇଇ ଆଡଭାନ୍ସଡ୍ ପର୍ସେଣ୍ଟାଇଲ କଟ୍‌ଅଫ୍‌ ବଢ଼ିଛି।

ମେ’ ୧୭ରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

ମେ’ ୧୧ରୁ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସଡ୍‌ ୱେବସାଇଟ୍‌ (www.jeeadv.ac.in)କୁ ଯାଇ ନିଜ ନିଜର ଆଡ୍‍ମିଟ‌ କାର୍ଡ ଡାଉନଲୋଡ୍ କରିପାରିବେ।

ଦେଶରେ ୨୩ଟି ଆଇଆଇଟି ଶିକ୍ଷାନୁଷ୍ଠାନ ରହିଛି। ଏହି ପ୍ରତିଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ ବି.ଟେକ, ବି.ଆର୍କ, ଏମ୍‌.ଏସ୍‌ସି, ଏମ୍‌.ଟେକ, ଏମ୍‌.ଡିଜାଇନିଂ, ଏମ୍‌ବିଏ ଏବଂ ପିଏଚ୍‌.ଡି ପାଠ୍ୟକ୍ରମରେ ନାମ ଲେଖାଇବେ।

Related Articles

Back to top button