
ଭୁବନେଶ୍ୱର,ଆମ୍ବୁଲାନ୍ସ ଏବେ ସାଜିଛି ନିଶା କାରବାରର ମାଧ୍ୟମ।
ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଅତି ଚତୁରତାର ସହ, ଗଞ୍ଜେଇ ଚାଲାଣ କରାଯାଉଥିଲା।
ଗାଡ଼ି ଭିତରେ ରୋଗୀ ଶୋଇବା ସ୍ଥାନ ତଳେ ଏକ ସିକ୍ରେଟ୍ ଚାମ୍ବର, ତିଆରି ହୋଇଥିଲା।
ଏତେ ପରିମାଣର ଗଞ୍ଜେଇ, କେଉଁଠୁ ଆସିଲା, ଆଉ କେଉଁଆଡ଼େ ଚାଲାଣ ହେଉଥିଲା, ସେ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି, ନୟାପଲ୍ଲୀ ଥାନା ପୋଲିସ।
ଆମ୍ବୁଲାନ୍ସର ସେହି ସିକ୍ରେଟ୍ ଚାମ୍ବର ଭିତରୁ, ପ୍ରାୟ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି।
ଏହି ବେଆଇନ କାରବାରରେ, ସଂପୃକ୍ତ ଥିବା ୨ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ।




