ଅନ୍ୟାନ୍ୟଅପରାଧ

ଘର ଭିତରୁ ୯୮୯ ସିଲିଣ୍ଡର ଜବତ

ଭୁବନେଶ୍ୱର ,ଘର ଭିତରୁ ୯୮୯ ସିଲିଣ୍ଡର ଜବତ। ବେଆଇନ ଗଚ୍ଛିତ ରଖିବା ଅଭିଯୋଗରେ ରେଡ୍  କରି, ଜବତ କରିଛି ଜିଲ୍ଲା ଯୋଗାଣ ବିଭାଗ।

ଯୋଗାଣ ବିଭାଗ ଗ୍ୟାସ ସିଲିଣ୍ଡର ଜବତ ସହିତ ଆସନ୍ତାକାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି, କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

ଲୋକଙ୍କୁ ସଠିକ ସମୟରେ ଗ୍ୟାସ ଯୋଗାଇ ନଦେବା ଅଭିଯୋଗ ହେବାପରେ, ଏନେଇ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଏଜେନ୍ସିର ଗୋଦାମ ଘରେ ଚଢ଼ାଉ ପରେ, ୯୮୯ ଟି ଗ୍ୟାସ ଟାଙ୍କି, ବେଆଇନ ଭାବରେ, ଗଛିତ ରଖିଥିବା ଜଣା ପଡିଥିଲା।

ସୂଚନା ଅନୁସାରେ, ସୋର ଅଂଚଳରେ ଇଣ୍ଟିଗ୍ରେଟ ଇଂଡେନ ଗ୍ୟାସ ଏଜେନ୍ସି ନାମରେ ଲୋକଙ୍କ ଅଭିଯୋଗ ରହିଥିଲା।

Related Articles

Back to top button