
ଭୁବନେଶ୍ୱର ,ରବିବାର ରାତିରେ ଫାଇନାଲରେ R C B ଗୁଜରାଟକୁ ପରାସ୍ତ କରି, ଦ୍ବିତୀୟ ଥର ପାଇଁ ଟ୍ରଫି ଜିତିବା ପରେ ମଧ୍ୟରାତ୍ରିରେ ପ୍ରଶଂସକମାନେ, ରାସ୍ତାକୁ ଓହ୍ଲାଇ ଖୁସି ମନାଇଥିଲେ। ତେବେ ଗତବର୍ଷର ଘଟଣାକୁ ଦୃଷ୍ଟିରେ ରଖି, କର୍ଣ୍ଣାଟକ କ୍ରିକେଟ ସଂଘ ପକ୍ଷରୁ, ଚଳିତ ବର୍ଷ କୌଣସି ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି, ଘୋଷଣା କରିଛି। ଏ ନେଇ ଆରସିବି ପକ୍ଷରୁ, ସୋମବାର ସ୍ପଷ୍ଟ କରାଯାଇଛି। ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ଆଇପିଏଲ-୧୮ରେ ଚମ୍ପିଆନ ହୋଇଥିଲା। ଆରସିବି ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଥିବାରୁ, ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ବିଜୟ ଉତ୍ସବ ସମୟରେ, ଦଳାଚକଟାରେ ୧୧ଜଣ ଲୋକ ପ୍ରାଣ ହରାଇଥିଲେ। ଏଥର ଆରସିବି ପରିଚାଳନା, ପୋଲିସ କେହି ଏପରି ଘଟଣାର, ପୁନରାବୃତ୍ତି ଚାହଁନାହାନ୍ତି। ଏଣୁ ଆରସିବି ବିଜୟ ପରେ ତୁରନ୍ତ ଫ୍ରାଞ୍ଚାଇଜ୍ ପକ୍ଷରୁ, ଏକ୍ସରେ ନିବେଦନ କରାଯାଇଥିଲା ଯେ, ପ୍ରଶଂସକମାନେ ଦାୟିତ୍ବବାନ ହୋଇ ନିଜ ଘରେ ଉତ୍ସବ ପାଳନ କରନ୍ତୁ। ପୋଲିସ ମଧ୍ୟ ରାସ୍ତାରେ, ଉତ୍ସବ ପାଳନକୁ, ବାରଣ କରିଥିଲା। ଅନ୍ୟପକ୍ଷରେ ବୁଧବାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ଡି.କେ ଶିବକୁମାର ଲୋକଭବନରେ ଅପରାହ୍ଣରେ ଶପଥ ଗ୍ରହଣ କରିବେ। ଏଥିପାଇଁ ପୋଲିସ ପକ୍ଷରୁ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।




