ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର , ଆଜି ସୁନା ବେଶରେ ଦର୍ଶନ ଦେବେ ମାଆ ତାରିଣୀ। ଭକ୍ତମାନେ ମା’ଙ୍କର ଏହି ଦିବ୍ୟ ବେଶ ଦର୍ଶନ କଲେ ଅନେକ ପୁଣ୍ୟ ଅର୍ଜନ ହୁଏ ବୋଲି ପ୍ରବାଦ ରହିଛି। ଏହି ଅବସରରେ ପ୍ରତ୍ୟେକ ଦିନ ପାଲା, ଦଶକାଠିଆ, ଚଣ୍ଡୀ ପାଠ, ଭଜନ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ମା’ଙ୍କର ମଙ୍ଗଳ ଆଳତୀ, ଧୂପ, ମାଇଲମ, ଦିନରେ ଖେଚୁଡ଼ି ଭୋଗ ଓ ସନ୍ଧ୍ୟାରେ ଚକୁଳି ଭୋଗ କରାଯାଏ।ମାଆଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ମାଆ ତାରିଣୀ ଦର୍ଶନ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ବିଭିନ୍ନ ଦାତବ୍ୟ ସଂସ୍ଥା ପକ୍ଷରୁ ୭ ଦିନ ବ୍ୟାପୀ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥାଏ। ସମ୍ଭାବ୍ୟ ଜନ ସମାଗମକୁ ଦୃଷ୍ଟିରେ ରଖି ଘଟଗାଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସତ୍ୟ ସାଇ ସେବା ସଂଗଠନ ଭଳି ସ୍ବେଛାସେବୀ ଅନୁଷ୍ଠାନମାନେ ଶାନ୍ତି ଶୃଙ୍ଖଳା ରକ୍ଷାରେ ନିୟୋଜିତ ଅଛନ୍ତି।




