Odisha

ୱାଙ୍ଖେଡ଼େଙ୍କୁ ଏବେ କାଜି ଅଡ଼ୁଆ

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ରେଡ୍ ମାମଲା: କାଜି ଆଣିଲେ ୱାଙ୍ଖେଡ଼େଙ୍କ ପାଇଁ ନୂଆ ଅଡ଼ୁଆ

ଓଡ଼ିଶା: ଆର୍ୟନ୍ ଖାନ୍ ଡ୍ରଗ୍ସ ରେଡ୍ ମାମଲାରେ ଯୋଡ଼ି ହେବା ପରଠାରୁ ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖେଡ଼େଙ୍କ ପିଛା ଛାଡ଼ୁନି ବିବାଦ । ତାଙ୍କ ଜାତିଗତ ପ୍ରମାଣ ପତ୍ର ଓ ପରିବାର ସଦସ୍ୟଙ୍କୁ ନେଇ କଂଗ୍ରେସ ନେତା ମାଲିକଙ୍କ ଲଗାତାର ଟାର୍ଗେଟରେ ବିଚଳିତ ଥିବା ବେଳେ ଏହି ଆରୋପୀ ତାଲିକାରେ ଯୋଡ଼ି ହେଇଛି ଜନୈକ କାଜି ବା ମୁଲମାନ ଧର୍ମଗୁରୁଙ୍କ ନାଁ ।

ଏକ ଘରୋଇ ଗଣମାଧ୍ୟମକୁ ୱାଙ୍ଖେଡ଼େଙ୍କ ପ୍ରଥମ ନିକାହ ବା ବିବାହ କରାଇଥିବା କାଜିଙ୍କ ବିସ୍ଫୋରକ ବୟାନ । ତାଙ୍କ କହିବା ଅନୁଯାୟୀ ତାଙ୍କର ପୂର୍ବତନ ପତ୍ନୀ ଡକ୍ଟର ଶବାନାଙ୍କ ନିକାହ ସମୟରେ ସେ, ସମୀର  ୱାଙ୍ଖେଡ଼େ ଓ ତାଙ୍କ ବାପା ଦାଉଦ ଓରଫ ଗଣେଶ୍ବର ୱାଙ୍ଖେଡ଼େ ବି ମୁସଲମାନ ଥିଲେ । ହେଲେ ବର୍ତ୍ତମାନ ସମୀର ଓ ତାଙ୍କ ପରିବାର ପୂର୍ବରୁ ହିଁ ହିନ୍ଦୁ ଥିଲେ ଏବଂ କେବେ ବି ମୁସଲମାନ ଧର୍ମ ଅନୁସରଣ କରିନାହାନ୍ତି । ଉଭୟ ପରିବାର ମୁସଲମାନ ହୋଇଥିବାରୁ ହିଁ ଡକ୍ଟର ଶବାନାଙ୍କ ବାପା ସେ ସମୟରେ ନିକାହ କରାଇବାକୁ ତାଙ୍କୁ ଯୋଗାଯୋଗ କରିଥିଲେ ବୋଲି କହିଛନ୍ତି କାଜି । ନଚେତ୍ ଏ ବିବାହ କେବେ ସମ୍ଭବ ହୋଇ ନ ଥାନ୍ତା ବୋଲି ମଧ୍ୟ କହିଛନ୍ତି କାଜି । 

Related Articles

Leave a Reply

Your email address will not be published. Required fields are marked *

Back to top button