Odisha

ପୁରୀବାସୀଙ୍କ ପାଇଁ ଖୋଲିଲା ପଶ୍ଚିମ ଦ୍ବାର

ଧର୍ମମାସରେ କାଳିଆ ଦର୍ଶନ ବ୍ୟବସ୍ଥା ହେଲା କୋହଳ: ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ବାର ଦେଇ ପ୍ରବେଶ ଅନୁମତି

ଓଡ଼ିଶା: କାର୍ତ୍ତିକ ଓ ମହାକାର୍ତ୍ତିକ ବ୍ରତ, ଓଡ଼ିଶା ଓ ଓଡ଼ିଆଙ୍କର ଅନନ୍ୟ ଧାର୍ମିକ ପରମ୍ପରା । ଏହି ପବିତ୍ର ମାସରେ ନିଇତି କାଳିଆ ଦର୍ଶନ କରିଲେ ଜନ୍ମଜନ୍ମର ପାପକ୍ଷୟ ହେବା ସହ ମହାବାହୁଙ୍କ ଅପାର କରୁଣା ଲାଭ ହୁଏ ବୋଲି ବିଶ୍ବାସ ରହିଛି । ତେବେ କୋଭିଡ୍ କଟକଣା ଯୋଗୁଁ ବର୍ତ୍ତମାନ କେବଳ ସିଂହଦ୍ବାର ଦେଇ ହିଁ ଭକ୍ତ, ଶ୍ରଦ୍ଧାଳୁ ଓ ହବିଷ୍ୟାଳି ଶ୍ରୀଜିଉ ଦର୍ଶନ ଲାଭ କରୁଛନ୍ତି । ଧର୍ମମାସରେ ଏହି କଟକଣା କୋହଳ କରିବାକୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ବିଭିନ୍ନ ମହଲରୁ ନିବେଦନ କରାଯାଉଥିଲା । ବୁଧବାର ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏନେଇ ସକାରାତ୍ମକ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ନଭେମ୍ବର 1ରୁ ଉଭୟ ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀଜିଉ ଦର୍ଶନ କରିପାରିବେ ପୁରୀ ବାସିନ୍ଦା । ତେବେ ପ୍ରବେଶ ଅନୁମତି ପାଇଁ ଶ୍ରଦ୍ଧାଳୁଙ୍କୁ ଆରସିପିସିଆର୍ ଟେଷ୍ଟ ରିପୋର୍ଟ ଓ ଦୁଇଟି ଡୋଜ୍ କୋଭିଡ୍ ଟିକାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଏହାସହ ମନ୍ଦିର ଭିତରେ ଦର୍ଶନ ସମୟରେ ସମସ୍ତ ଏସଓପି ପାଳନ କରିବେ ପୁରୀବାସିନ୍ଦା । ଏପଟେ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋଡ୍ ବଳବତ୍ତର ରହିଛି । ଆଗକୁ କେଉଁ ସେବାୟତ କେଉଁ ରଙ୍ଗର ପୋଷାକ ପିନ୍ଧିବେ ତାହା ସ୍ଥିର କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button