Odisha

ଚୀନର ନୂଆ ସୀମା ନୀତି ନେଇ ଭାରତର ଉଦବେଗ ପ୍ରକାଶ

ଓଡ଼ିଶା: ଅନ୍ତର୍ଜାତୀୟ ସୀମା ସନ୍ଦର୍ଭରେ ଚୀନ୍ ସରକାରଙ୍କ ନୂଆ ନୀତି ପ୍ରଣୟନ ନେଇ ଭାରତ ସରକାରଙ୍କ ଉଦବେଗ ପ୍ରକାଶ । ପଡ଼ୋଶୀ ରାଷ୍ଟ୍ର ଚୀନ୍ ର ଏହି ଏକତରଫା ନିଷ୍ପତ୍ତି ଯୋଗୁଁ ଦ୍ବିପାକ୍ଷିକ ଅନ୍ତରାଷ୍ଟ୍ରୀୟ ସୀମା ପରିଚାଳନା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।  ନୂଆ ନୀତି ଆଢ଼ୁଆଳରେ ପଡ଼ୋଶୀ ରାଷ୍ଟ୍ର ଭାରତ-ଚୀନ୍ ସୀମା ଅଞ୍ଚଳର ସୁରକ୍ଷା ଓ ପରିଚାଳନା ଚୁକ୍ତି ଖିଲାଫ ସ୍ଥଳରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବନି ।  

ଅକ୍ଟୋବର 23 2021ରେ ଚୀନ୍ ସରକାର ପ୍ରଣୟନ କରିଥିବା “ଲ୍ୟାଣ୍ଡ୍ ବାଉଣ୍ଡରି ଲ” କୁ ଉଦବେଗଜନକ ବୋଲି ଆନୁଷ୍ଠାନିକ ଭାବେ ପ୍ରକାଶ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । ନୂଆ ଆଇନ ଅନୁଯାୟୀ ଅନ୍ୟାନ୍ୟ ପ୍ରସଙ୍ଗ ସହ ସୀମା ପରିଚାଳନା ନେଇ ପଡ଼ୋଶୀ ଦେଶମାନଙ୍କ ସହ ଦ୍ବିପାକ୍ଷିକ ଚୁକ୍ତିର ଅବସାନ କରିଛି । ଏହାସହ ନୂଆ ଆଇନ ବଳରେ ଚୀନ୍ ସୀମା ନିଟବର୍ତ୍ତୀ ଜିଲ୍ଲାର ପୁନଃ ଚିହ୍ନଟ କରିପାରିବ ।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଯାବତ୍ ଭାରତ-ଚୀନ୍ ସୀମା ବିବାଦର ସ୍ଥାୟୀ ସମାଧାନ ହୋଇ ନ ଥିବାରୁ ଉଭୟ ଦେଶ ଆପୋଷ ଆଲୋଚନା ଓ ସହଭାଗିତା ଆଧାରରେ ସୀମା ବିବାଦର ସମାଧାନ କରିଆସୁଥିଲେ ।
ଭାରତ-ଚୀନ୍ ସୀମା ଏଲଏସି ଅଞ୍ଚଳରେ ଶାନ୍ତି ରକ୍ଷା ପାଇଁ ଉଭୟ ରାଷ୍ଟ୍ର ଅନ୍ତରୀଣ ଦ୍ବିପାକ୍ଷିକ ଚୁକ୍ତିକୁ ମାନ୍ୟତା ଦେଇଆସିଛନ୍ତି । ଏଭଳି ସ୍ଥିତିରେ ବେଇଜିଂର ଏକତରଫା ନିଷ୍ପତ୍ତି ଦ୍ବିପାକ୍ଷିକ ସୀମା ସୁରକ୍ଷା ବ୍ୟବସ୍ଥା ଓ ପରିଚାଳନା ଏବଂ ସୀମା ଅସ୍ତିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଯାହାକି ନିଶ୍ଚିତ ରୂପେ ଚିନ୍ତାଜନକ ବୋଲି କହିଛନ୍ତି ବାଗଚୀ । ତଥାପି ଆମେ ଆଶା ରଖୁଛୁ ଭାରତ ସରକାରଙ୍କ
ଅସହମତିରେ କରାଯାଇଥିବା ଚୀନ୍ ସରକାରଙ୍କ ଏହି ନୂଆ ଆଇନ ବଳରେ କୌଣସି କାର୍ଯ୍ୟାନୁଷ୍ଠାନ ଏଲଏସିରେ ଅଶାନ୍ତିର କାରଣ ନ ହେଉ । ଏହାସହ 1963ର ଚୀନ-ପାକିସ୍ତାନ ସୀମା ଚୁକ୍ତି ଭଳି ଏହି ନୂଆ ଆଇନକୁ ଅବୈଧ, ବେଆଇନ ଓ ଅମାନ୍ୟ କରୁଛି ଭାରତ ।  

ସୀମାବର୍ତ୍ତୀ ବାସିନ୍ଦାଙ୍କ ସୁରକ୍ଷା ଓ ନିର୍ଯାତନା ରୋକିବା ଉଦ୍ଦେଶ୍ୟରେ ଚୀନ୍ ନାସନାଲ୍ ପିପୁଲ୍ସ କଂଗ୍ରେସ କାର୍ଯ୍ୟକାରୀ କମିଟି ଅକ୍ଟୋବର 23ରେ ନୂଆ ସୀମା ନୀତିକୁ ଅନୁମୋଦନ କରିଛି । ସରକାରୀ ଭାବେ 2021 ଜାନୁଆରିରୁ ଏହି ନୂଆ ଆଇନ ପ୍ରଣୟନ ହେବ ବୋଲି ଜିନହୁଆ ସୂତ୍ରରୁ ଜଣପାଡ଼ିଛି ।  ବେଜିିଂର ଏହି ନୂଆ ଆଇନ ସୀମାବର୍ତ୍ତୀ ଅଞ୍ଚଳର ନାଗରିକଙ୍କ ଜୀବନଧାରାର ମାନ ବୃଦ୍ଧି କରିବା ସହ ସେମାନଙ୍କୁ ଦେଶର ଅନ୍ୟ ନାଗରିକଙ୍କ ଭଳି ସମାନ ଅଧିକାର, ପାରସ୍ପରିକ ବିଶ୍ବାସ, ବନ୍ଧୁତ୍ବପୂର୍ଣ୍ଣ ପରାମର୍ଶ ସହ ବର୍ଷ ବର୍ଷ ଧରି ଲାଗିରହିଥିବା ପଡ଼ୋଶୀ ଦେଶ ସହ ସହ ଜମିଜମା ବିବାଦର ଫଇସଲା ଅଧିକାର ପ୍ରଦାନ କରିବା ବୋଲି କହିଛି ଜିନହୁଆ ।  

Related Articles

Leave a Reply

Your email address will not be published. Required fields are marked *

Back to top button