Odisha

ବିହାର: ଉପ-ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ଲାଲୁ

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ଆର୍.ଜେ.ଡି. ସୁପ୍ରିମୋ

 

ଓଡ଼ିଶା: ବିହାର ଉପନିର୍ବାଚନ ରାଲିରେ ପୁଣି ଦେଖିବାକୁ ମିଳିବ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖିଆ ଲାଲୁ ପ୍ରସାଦଙ୍କ ଜଲୱା । କୁଶେଶ୍ବରସ୍ଥାନ ଓ ତାରାପୁର ବିଧାନସଭା ଆସନ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍କବାଚନୀ ପ୍ରଚାର ରାଲିରେ ସେ ଭୋଟ୍ ଭିକ୍ଷା କରିବେ ବୋଲି ଦଳୀୟ ସୂତ୍ରରୁ କୁହାଯାଇଛି ।

କୋଟି କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜାକାଟିବା ସହ ବେଶ୍ କିଛି ସମୟ ପାଇଁ ନୂଆଦିଲ୍ଲୀରେ ଚିକିତ୍ସାଧୀନ ଥିଲେ । ସୂଚନା ଅନୁଯାୟୀ ଗତ 24 ଅକ୍ଟୋବର ରାତିରେ ସେ ପାଟନା ଫେରିଛନ୍ତି ।

କୁଶେଶ୍ବରସ୍ଥାନ ଓ ତାରାପୁର ବିଧାନସଭା ଆସନରେ ଆସନ୍ତା 30 ତାରିଖରେ ଅନୁଷ୍ଠିତ ହେବ ମତଦାନ ଏବଂ ନଭେମ୍ବର 2ରେ ହେବ ଭୋଟ୍ ଗଣନା ।

Related Articles

Leave a Reply

Your email address will not be published. Required fields are marked *

Back to top button