Odisha

ଭାରତ-ପାକ୍ ଟି-20-ସାମି ସୋସିଆଲ୍ ମିଡିଆ ୱାର୍

ଓଡ଼ିଶା: କ୍ରୀଡ଼ା ରଣଭୂମି ନୁହେଁ କି ରଣନୀତିର ପଶା କାଠି । ତେଣୁ କ୍ରୀଡ଼ାକୁ ନେଇ କୁତ୍ସାରଟନା ସବୁ ସମୟରେ ନିନ୍ଦନୀୟ ଓ ଅଗ୍ରାହ୍ୟ । ରବିବାର ଭାରତ-ପାକ୍ ଟି-20 ବିଶ୍ବକପ ମ୍ୟାଚ୍ ପରବର୍ତ୍ତୀ କିଛି ଘଟଣାକୁ ନେଇ ସୋସିଆଲ୍ ଗଣମାଧ୍ୟମରେ ଚାଲିଛି ନିନ୍ଦା ଓ ଆକ୍ଷେପର ପର୍ବ ।

ଟି-20 ବିଶ୍ବକପରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଭାରତ ହାରିବା ପରେ ଏବେ ସୋସିଆଲ୍ଲ୍ ମିଡିଆରେ ଚାଲିଛି ନିନ୍ଦା ଓ ପ୍ରତିଆକ୍ଷେପର ଟେଷ୍ଟ ମ୍ୟାଚ୍ । ଫଟାଫଟ୍ ବିଶ୍ବକପର ଏହି ମ୍ୟାଚ୍ ପରବର୍ତ୍ତୀ ଦୁଇଟି ଘଟଣାକୁ କେନ୍ଦ୍ର କରି ତାତିଲା ବାଲିରେ ଖଇ ଫୁଟିବା ଭଳି ସୋସିଆଲ୍ ମିଡିଆରେ ବି ଉଷ୍ମତା । ପାକିସ୍ତାନର ବିଜୟ ଉଲ୍ଲାସରେ ଯେଉଁ କିଛି ଲୋକ ବାଣ ଫୁଟାଇଛନ୍ତି ସେମାନେ ନିଶ୍ଚିତ ରୂପେ ଭାରତୀୟ ନୁହେଁ ଏବଂ ଏହା ଲଜ୍ବାଜନକ । ନିଜ ଟ୍ବିଟର୍ ଆକାଉଣ୍ଟରେ ଏଭଳି କଡ଼ା ଶବ୍ଦରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର୍ ଗୌତମ ଗାମ୍ଭୀର । ଏହାସହ ଦ୍ରୁତ ବୋଲର ମହମ୍ମଦ ସାମୀଙ୍କୁ ଜାତିଆଣ ଦୁର୍ବବ୍ୟବହାର ଅକ୍ଷମଣୀୟ । କେବଳ କ୍ରିକେଟର୍ ନୁହେଁ ରାହୁଲ ଗାନ୍ଧି, ଓମାର ଅବଦୁଲ୍ଲା ଓ ଅନ୍ୟ କିଛି ରାଜନେତା ବି ସାମୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି “ୱି ଆର୍ ୱିଥ୍ ୟୁ” ।

ସାମୀଙ୍କ 3.5 ଓଭରରେ ପାକିସ୍ତାନର ସର୍ବାଧିକ 43 ରନ୍ ଟିମ୍ ବ୍ଲୁ ପାଇଁ ଖୁବ୍ ମହଙ୍ଗା ପଡ଼ିଥିଲା । କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ପୂର୍ବତନ ଭାରତୀୟ କ୍ରିକେଟର୍ ବୀରେନ୍ଦର ସେହ୍ବାଗ, ହରଭଜନ ସିଂହ ବି ସାମିଙ୍କୁ ସୋସିଆଲ ମିଡିଆରେ ଖୋଲାଖୋଲି ସମର୍ଥନ କରିଛନ୍ତି । ବ୍ଲୁ କ୍ୟାପ୍ ପିନ୍ଧିଥିବା ପ୍ରତ୍ୟେକଟି ଭାରତୀୟ କ୍ରିକେଟ୍ ଖେଳାଳୀ ହୃଦୟରେ ଭାରତ ଅଛି ଆଉ ପରବର୍ତ୍ତୀ ମ୍ୟାଚ୍ ରେ ଜଲୱା ଦେଖାଅ ବୋଲି ଲେଖିଛନ୍ତି ସେହ୍ବାଗ । ସେପଟେ ସାମିଙ୍କୁ ଟ୍ୟାଗ୍ କରି ତେନ୍ଦୁଲକର ଲେଖିଛନ୍ତି ଯେ ସେ ଜଣେ ପ୍ରତିଭାବାନ୍ ବୋଲର୍ ଓ ସେଦିନ ଖେଳାଳୀ ହିସାବରେ ତାଙ୍କର ଗୋଟିଏ ଛୁଟି ଦିନ ଥିଲା ବୋଲି ।

Related Articles

Leave a Reply

Your email address will not be published. Required fields are marked *

Back to top button