
ଭୁବନେଶ୍ୱର , ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏବଂ ନମିତ ମାଲହୋତ୍ରା ଓ ଅଭିନେତା ୟଶଙ୍କ ପ୍ରଯୋଜନାରେ ନିର୍ମିତ,’ରାମାୟଣ’ ଫିଲ୍ମ ନଭେମ୍ବର ୫ ତାରିଖରେ ଭାରତରେ, ମୁକ୍ତିଲାଭ କରିଥିଲା।
ଏଥିରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ, ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ, ୟଶ ରାବଣ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ, ଅଭିନୟ କରିଛନ୍ତି। ବକ୍ସ ଅଫିସ୍ରେ ସଫଳତା ହାସଲ କରିଥିବା ଫିଲ୍ମ ‘ରାମାୟଣ: ରାଇଜ୍ ଅଫ୍ ଏ ଲିଜେଣ୍ଡ’ର ଟିମ୍କୁ ଭେଟିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ଫିଲ୍ମର ସଫଳତା ପାଇଁ ସେ ପୂରା ଟିମ୍କୁ ଶୁଭେଚ୍ଛା ଜଣାଇବା ସହ, ଭାରତୀୟ ମହାକାବ୍ୟ ରାମାୟଣକୁ, ଏତେ ବଡ଼ ପରିସରରେ ପରଦାକୁ ଆଣିବାର ଉଦ୍ୟମକୁ, ପ୍ରଶଂସା କରିଛନ୍ତି।ଫିଲ୍ମଟି ବିଶ୍ୱବ୍ୟାପୀ ୧,୭୦୦ କୋଟି ଟଙ୍କାରୁ ଅଧିକ ଆୟ କରିସାରିଥିବା ବେଳେ ଏବେ ୨,୦୦୦ କୋଟି ଟଙ୍କାର ଆୟ କରିବା ଲକ୍ଷ୍ୟ ରହିଛି।
ଅମିତ ଶାହ ଫିଲ୍ମ ନିର୍ମାତାଙ୍କ କାମକୁ ଖୁବ୍ ପ୍ରଶଂସା କରିଥିଲେ। ଏହାସହ ରାମାୟଣର କାହାଣୀ, ଇତିହାସ ଓ ଭାରତୀୟ ସଂସ୍କୃତିରେ ଏହାର ଗୁରୁତ୍ୱ ବିଷୟରେ, ମଧ୍ୟ ଆଲୋଚନା କରିଥିଲେ।




