ଅନ୍ୟାନ୍ୟଓଡ଼ିଶା

ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ।

ଭୁବନେଶ୍ୱର ,ଏଣିକି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ପୋଲିସଙ୍କୁ କଠିନ ଓ ଶାରୀରିକ ପରିଶ୍ରମ ଥିବା ଡ୍ୟୁଟିରୁ ଛାଡ଼ ମିଳିବ।ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ।

ଗତ ନଭେମ୍ବର ୨୫ ତାରିଖରେ ଓଡ଼ିଶା ପୋଲିସର କ୍ରାଇମ୍ ଏଗ୍ନେଷ୍ଟ ଓମେନ୍ ଆଣ୍ଡ୍ ଚିଲଡ୍ରେନ୍ ୱିଙ୍ଗ୍ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଏସ୍ ପି, ଭୁବନେଶ୍ୱର ଓ କଟକ ଡିସିପି ଏବଂ କଟକ ଓ ରାଉରକେଲା ଏସ୍ ଆର୍ ପିଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ମହିଳା ପୋଲିସ କର୍ମଚାରୀଙ୍କୁ ବର୍ଷକୁ ଅତିରିକ୍ତ ୧୨ ଦିନ କାଜୁଆଲ୍ ଲିଭ୍ ମିଳିବ।

ମାସକୁ ଗୋଟିଏ ଦିନ ହିସାବରେ ଏହି ଛୁଟି ପ୍ରଦାନ କରାଯିବ। ପ୍ରସବ ପରେ ସୁସ୍ଥ ହେବା ଓ ନବଜାତ ଶିଶୁର ଯତ୍ନ ପାଇଁ ଅତିରିକ୍ତ ଛୁଟି ଆବେଦନକୁ ମଧ୍ୟ ସହାନୁଭୂତିର ସହ ବିଚାର କରାଯିବ।

ସେହିପରି ୩ ବର୍ଷରୁ କମ୍ ବୟସର ପିଲା ଥିବା ମହିଳା ପୋଲିସଙ୍କୁ ଯଥାସମ୍ଭବ ନାଇଟ୍ ଡ୍ୟୁଟି, ଷ୍ଟାଟିକ୍ ଗାର୍ଡ ଡ୍ୟୁଟି ଓ ଦୀର୍ଘ ଯାତ୍ରାରୁ ଛାଡ଼ ଦିଆଯିବ। ସ୍ତନ୍ୟପାନ ଓ ଶିଶୁ ଯତ୍ନ ପାଇଁ ଡ୍ୟୁଟି ସମୟରେ ଆବଶ୍ୟକ ବିରତି ଏବଂ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

Related Articles

Back to top button