
ରାତିପାହିଲେ ‘ସୁଭଦ୍ରା’ର ଜନ୍ମ | ଦ୍ୱିତୀୟ ବର୍ଷ ପୂର୍ତ୍ତି ଏଥର ଭବ୍ୟ ଓ ଦିବ୍ୟ ଢଙ୍ଗରେ ବାର୍ଷିକୀ ପାଳନ କରାଯିବ। ସନ୍ଧ୍ୟା ୬ଟାରୁ ୭ ମଧ୍ୟରେ ଘରେ ଘରେ ଦୀପ ଜାଳିବା ପାଇଁ ସୁଭଦ୍ରା ହିତାଧିକାରୀଙ୍କୁ ଆହ୍ୱାନ କରାଯାଇଛି ।
ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ସେଣ୍ଟ୍ରାଲ ପ୍ରୋଜେକ୍ଟ ଓ ଅଙ୍ଗନବାଡ଼ି କାର୍ଯ୍ୟାଳୟରେ ରଙ୍ଗୋଲି କାର୍ଯ୍ୟକ୍ରମ ହେବ। ରାଜ୍ୟର ୩୩୮ଟି ସ୍ଥାନରେ ପ୍ରତିଯୋଗିତା ଓ ସେଲିବ୍ରେସନ୍ ଆୟୋଜନ କରାଯିବ । ୨୦୨୪ ମସିହା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ଦୁଇ ବର୍ଷ ମଧ୍ୟରେ ୨୫ ହଜାର ୮୦୦ କୋଟି ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି |
ଏହି ଯୋଜନା ୧ କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପ୍ରଭାବ ପକାଇଛି ବୋଲି କୁହାଯାଇଛି। ଏହାସହ ୨୬ ପ୍ରତିଶତରୁ ଅଧିକ ମହିଳା ଉଦ୍ୟୋଗୀ ହୋଇଥିବା ନେଇ ସୂଚନା ଦିଆଯାଇଛି ।




