
ଭୁବନେଶ୍ୱର ,ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ବିଧାନସଭାରେ ଘୋଷଣା କରିଛନ୍ତି, ବର୍ଷକୁ ଥରେ କି ଦୁଇଥର ନୁହେଁ, ତିନି ଥର ଗ୍ୟାସ୍ ରିଫିଲ୍ର ଖର୍ଚ୍ଚ ଦେବେ ସରକାର। । ଆସନ୍ତା ଜାନୁଆରୀରେ, ପୋଙ୍ଗଲ ପର୍ବଠାରୁ ଏହା ଲାଗୁ ହେବ। ଏହାଦ୍ୱାରା ପ୍ରାୟ ୧ କୋଟି ୩୦ ଲକ୍ଷ ପରିବାର, ଉପକୃତ ହୋଇପାରନ୍ତି।
ବାର୍ଷିକ ଆୟ ୨ ଲକ୍ଷ ୫୦ ହଜାର ଟଙ୍କାରୁ କମ୍ ଥିବା ଆର୍ଥିକ ଦୁର୍ବଳ ପରିବାର, କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ସମେତ ଅନ୍ୟ ଯୋଗ୍ୟ ପରିବାର, ଏହି ସୁବିଧା ପାଇବେ। ହିତାଧିକାରୀ ପୂର୍ବଭଳି ଗ୍ୟାସ୍ ବୁକ୍ କରି ସିଲିଣ୍ଡର ନେବେ।
ଏହାର ଦାମ୍ ସିଧାସଳଖ ବ୍ୟାଙ୍କ୍ ଖାତାକୁ, ଫେରସ୍ତ କରାଯିବ। ଏଥିପାଇଁ ପ୍ରାୟ ୪ ହଜାର କୋଟି ଟଙ୍କା ବ୍ୟୟ କରାଯିବ। ଏହି ଯୋଜନା ହେଉଛି ତାମିଲନାଡୁ ସରକାରଙ୍କ ‘ଅନ୍ନପୂରାନି ସୁପର ସିକ୍ସ’।
ନିର୍ବାଚନ ସମୟରେ ବର୍ଷକୁ ୬ଟି ମାଗଣା ସିଲିଣ୍ଡର, ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ପ୍ରଥମ ପର୍ଯ୍ୟାୟରେ ୩ଟି ସିଲିଣ୍ଡର, ଘୋଷଣା ହୋଇଛି। ଏହାକୁ ନେଇ ବିରୋଧି ସରକାରଙ୍କୁ ଘେରିଛନ୍ତି। ତେବେ ଏହି ଘୋଷଣାକୁ ନେଇ, ରାଜନୈତିକ ବିବାଦ ମଧ୍ୟ, ଦେଖାଦେଇଛି।




