୨୦୨୭ ରେ ଇରାନ ଉପରେ ବଡ଼ ସାମରିକ ଆକ୍ରମଣ !

ଭୁବନେଶ୍ୱର , ଯଦି କୌଣସି ଚୁକ୍ତିନାମା ନହୁଏ, ତେବେ ବର୍ଷ ୨୦୨୭ ପରେ ଇରାନ ଉପରେ, ବଡ଼ ସାମରିକ ଆକ୍ରମଣ ଆଉଥରେ ଆରମ୍ଭ କରାଯିବ ବୋଲି ଟ୍ରମ୍ପ କହିଛନ୍ତି । ଯଦି ଇରାନ ନୌସେନା ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକାର ଅବରୋଧ ଭାଙ୍ଗେ, ତେବେ ଆକ୍ରମଣ କରିବାକୁ ଟ୍ରମ୍ପ ଧମକ ଦେଇ କହିଛନ୍ତି ।ଟ୍ରମ୍ପ କହିଛନ୍ତି ଯେ, ସେମାନେ ଆଲୋଚନା କରନ୍ତି କିନ୍ତୁ ଏକ ଚୁକ୍ତିନାମା ଦିଗରେ, କୌଣସି ଠୋସ୍ ଅଗ୍ରଗତି କରନ୍ତି ନାହିଁ। ବାହାନା କରି ଆଲୋଚନାରେ ବାଧା ସୃଷ୍ଟି କରିଥାନ୍ତି। ଟ୍ରମ୍ପଙ୍କ ମନ୍ତବ୍ୟ ସୂଚାଇ ଦେଉଛି ଯେ, ଇରାନ ସହିତ ଯୁଦ୍ଧର ଆଶଙ୍କା ରହିଛି। ଯଦି ଚଳିତ ବର୍ଷ ଶେଷ ସୁଦ୍ଧା, କୂଟନୈତିକ ପ୍ରୟାସ ବିଫଳ ହୁଏ, ତେବେ ଟ୍ରମ୍ପ ପ୍ରଶାସନ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଗମ୍ଭୀରତାର ସହ, ବିଚାର କରୁଛି। ଟ୍ରମ୍ପ କହିଛନ୍ତି ଯେ, ସେ ଏପରି ଏକ ଚୁକ୍ତି ଚାହାଁନ୍ତି ଯାହା, ଭବିଷ୍ୟତରେ ଆମେରିକୀୟ ପ୍ରଶାସନ ଅଧୀନରେ, ପ୍ରଭାବଶାଳୀ ରହିବ।ଏହା ସହିତ ପରିଣାମ ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଇସ୍ରାଏଲ ଇରାନ ଉପରେ ଯୁଦ୍ଧ କରିବାକୁ ଆମେରିକା ଉପରେ, ଚାପ ପକାଉଛି ବୋଲି ରିପୋର୍ଟ ମଧ୍ୟରେ ,ଟ୍ରମ୍ପଙ୍କର ଏଭଳି ବିବୃତି ଆସିଛି।ଇରାନ ସ୍ପଷ୍ଟ କରିଛି ଯେ, ଯେକୌଣସି ଆକ୍ରମଣର କଡ଼ା ଜବାବ ଦେବ। ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା କରି ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ, ୱାସିଂଟନ ଏବଂ ତେହେରାନ ମଧ୍ୟରେ, ପରୋକ୍ଷ ଆଲୋଚନା ଚାଲିଛି। ତେବେ ସେ ତେହେରାନର ଆଲୋଚନା ପଦ୍ଧତି ପ୍ରତି ନିରାଶା ପ୍ରକାଶ କରି, ଇରାନୀ ନେତାଙ୍କୁ ‘ପେଶାଦାର ଟ୍ୟାପ୍ ଡ୍ୟାନ୍ସର’ ବୋଲି କହିଛନ୍ତି।




