ଅନ୍ତର୍ଜାତୀୟକ୍ରୀଡ଼ା

୨ୟ ବ୍ୟାଟ୍‌ସମ୍ୟାନ ଭାବେ ଆଲେନ୍‌ ଆଇପିଏଲ୍‌ରେ ଶତକ ହାସଲ କରିଛନ୍ତି।

ଭୁବନେଶ୍ୱର ,ଶୁକ୍ରବାର ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ମ୍ୟାଚ୍‌​‌ରେ  କଲକାତା ନାଇଟ ରାଇଡର୍ସ ପାଇଁ ଆଲେନ୍‌ ମାତ୍ର ୪୭ ବଲ୍‌ରୁ ଶତକ ହାସଲକରି ଅପରାଜିତ ଥିଲେ। ନ୍ୟୁଜିଲାଣ୍ଡର ଓପ୍‌ନର ଫିନ୍‌ ଆଲେନ୍‌, ଏକ କୀର୍ତ୍ତିମାନ, ପ୍ରତିଷ୍ଠା କରିଛନ୍ତି। ପରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ସେମିରେ, ଆଲେନ୍‌ ମାତ୍ର ୩୩ ବଲ୍‌ରେ, ଶତକ ହାସଲ କରିଥିଲେ। ବ୍ରେଣ୍ଡନ ମ୍ୟାକ୍‌କଲମ୍‌ଙ୍କ ପରେ, ନ୍ୟୁଜିଲାଣ୍ଡର, ୨ୟ ବ୍ୟାଟ୍‌ସମ୍ୟାନ ଭାବେ, ଆଲେନ୍‌ ଆଇପିଏଲ୍‌ରେ ଶତକ ହାସଲ କରିଛନ୍ତି। ଏହି ଇନିଂସ୍‌ରେ ଆଲେନ୍‌ ୧୦ଟି ଛକା ଓ ୫ଟି ଚୌକା, ମାରିଥିଲେ। ଏହି ଇନିଂସ ସହ ଫିନ୍‌ ଆଲେନ୍‌ ନ୍ୟୁଜିଲାଣ୍ଡର, ପ୍ରଥମ ବ୍ୟାଟ୍‌ସମ୍ୟାନ ଭାବେ ଏକ କ୍ୟାଲେଣ୍ଡର ବର୍ଷ​‌​‌ରେ ୩ ଟି ଟ୍ବେଣ୍ଟି୨୦ ଶତକ ହାସଲ କରିଛନ୍ତି। ଚଳିତବର୍ଷ ଆଲେନ୍‌ ବିଗ୍ ବାସ୍‌ ଲିଗ୍‌ରେ ପର୍ଥ ସ୍କର୍ଚର୍ସ ପାଇଁ ଖେଳି ଶତକ ମାରିଥିଲେ।

Related Articles

Back to top button