ବଦ୍ରିନାଥ ଯାତ୍ରା ବେଳେ ଭୟଙ୍କର ଦୁର୍ଘଟଣା:୮ ମୃତ; ୨୦ ଆହତ

ମୋବାଇଲ ନ୍ୟୁଜ 24×7: ହସ ଖୁସିରେ ବାହାରିଥିଲେ ବଦ୍ରିନାଥ । ହେଲେ ବାଟରେ ଛକିଥିଲା ଯମ । ୫୦ ମିଟର ତଳକୁ ଏକ ନଦୀକୁ ଖସି ପଡିଲା ବସ । ଏଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ , ଏସଡିଆରଏଫ ଏବଂ ଅଗ୍ନିଶମ ସେବା ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।
ହଁ ଆଜ୍ଞା ଉତ୍ତରାଖଣ୍ଡର ଋଷିକେଶ-ବଦ୍ରିନାଥ ରାଜପଥରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କୁ ନେଇ ହରିଦ୍ୱାରରୁ ବଦ୍ରିନାଥ ଯାଉଥିବା ଯାଉଥିବା ଏକ ବସ୍ ଗୁଲାର ବଜାର ନିକଟରେ ପୋଲରୁ ପ୍ରାୟ ୧୦୦ ମିଟର ତଳକୁ ଏକ ନଦୀକୁ ଖସି ପଡ଼ିଛି । ବସ୍ରେ ପ୍ରାୟ ୩୦ ରୁ ୩୫ ଜଣ ଯାତ୍ରୀ ଥିଲେ। ଏସଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୨୦ ଜଣ ଆହତ ଯାତ୍ରୀଙ୍କୁ ବାହାର କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଚିହ୍ନଟ କରାଯାଇଛି। ବସ୍ରୁ ସାତ ଜଣ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏମ୍ସ ଋଷିକେଶରେ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ଆଠକୁ ବୃଦ୍ଧି ପାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।
ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସଡିଆରଏଫ କମାଣ୍ଡର ଅର୍ପଣ ଯଦୁବଂଶୀଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଉଦ୍ଧାର ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।




